ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ବାଣୀବିହାର କିନ୍ନର ବସ୍ତି ସ୍ୱଚ୍ଛତା ଆଡକୁ ଆଉ ଏକ ପାଦ ବଢାଇଛି। ସ୍ୱଚ୍ଛ ପାଣି ପଇବା ପାଇଁ ସାମାଜିକ ସଂଗଠନ ସହୟତାରେ ଏକ ୱାଟର ଏଟିଏମ୍ ସ୍ଥାପନା କରାଯାଇଛି। କିନ୍ନର ସମାଜର ଲୋକମାନେ ଏହାର ଉଦଘାଟନ କରିଛନ୍ତି। ସୂଚନା ଅନୁସାରେ ଏହି ଏଟିଏମରେ ଗୋଟିଏ ଦିନରେ ୧୦ଲିଟର ପାଣି ମିଳିବ। ଏହି ଏଟିଏମ ମେସିନ ସି-ଫାର ଓ ପରିମଳ ସଂଗଠନ ଦ୍ୱାରା ଏହାକୁ ଲଗାଯାଇଛି। ସି-ଫାର ସଂଗଠନରେ କିନ୍ନର କ୍ଷେତ୍ରରେ ସାମାଜିକ କର୍ମୀ ମେଘନା ସାହୁ କାମ କରୁଛନ୍ତି। ବସ୍ତିରେ ସ୍ୱଚ୍ଛ ପାଣି ମିଳିବା ଏକ ବଡ ସମସ୍ୟା ରହିଥିଲା। ଏହି ଉଦଘାଟନ ସମୟରେ ମାଧୁରୀ ମା, ମୀରା ପରିଡା, ମେଘନା ସାହୁ, ଜୟଶ୍ରୀ, ନନ୍ଦୀନି ଆଦି ରହିଥିଲେ।
Popular Categories



