ଦେଖନ୍ତୁ ଭିଡିଓ, ଟ୍ରେନ୍‌ରେ ଯାତ୍ରୀଙ୍କୁ ମାଡ ମାରି ଟିଟିଇଙ୍କର ଏବେ ଏହି ଅବସ୍ଥା- ରେଳ ମନ୍ତ୍ରୀ କହିଲେ

ନୂଆଦିଲ୍ଲୀ – ଯାତ୍ରୀଙ୍କୁ ଦୁର୍ବ୍ୟବହାର ଦେଖାଇବା ଏବେ ଜଣେ ଟିଟିଇଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଭିଡିଓ ଭାଇରାଲ୍‌ ହେବା ପରେ ରେଳ ବିଭାଗ ସମ୍ପୃକ୍ତ ଟିଟିଇଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଟ୍ରେନ୍‌ରେ ଜଣେ ଯାତ୍ରୀ ଯାତ୍ରାକରୁଥିଲେ । ସେ ଟିକେଟ କରିଥିବା କଥା ଟିକେଟ ଯାଞ୍ଚ କରୁଥିବା ଟିଟିଇଙ୍କୁ କହିଥିଲେ । ତାଙ୍କର କଣ ଭୁଲ୍‌ ଅଛି ବୋଲି ବାରମ୍ବାର କହୁଥିବା ବେଳେ ଟିଟିଇ ତାଙ୍କୁ ମାଡ ମାରିବା ସହ ଗାମୁଛାକୁ ଭିଡି ଧରିଥିଲେ ।

ଅନ୍ୟ ଯାତ୍ରୀମାନେ ଏହାର ବିରୋଧ କରିବାରୁ ସମ୍ପୃକ୍ତ ଟିଟିଇ ସେମାନଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଗୁଣ୍ଡାଙ୍କ ପରି ଅଭଦ୍ର ବ୍ୟବହାର କରିଥିଲେ । କିଛି ମହିଳାଯାତ୍ରୀ ମଧ୍ୟ ସମ୍ପୃକ୍ତ ଟିଟିଇଙ୍କୁ ଏପରି ବ୍ୟବହାର କରିବାରୁ ନିବୃତ ରହିବା ପାଇଁ କହିଥିଲେ । ମାତ୍ର ଟିଟିଇ ନିଜ ଚାକିରିର ମିଛ ରୋବାବ ଦେଖାଇଥିଲେ । ବରୌନି- ଲକ୍ଷ୍ମୌ ଏକ୍ସପ୍ରେସ ଟ୍ରେନ ସଂଖ୍ୟା ୧୫୨୦୩ରେ ଏହି ଘଟଣା ଘଟିଥିଲା ।

prayash

ଏହାର ଭିଡିଓ ଭାଇରାଲ୍‌ ହେବା ପରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏପରି ଖରାପ ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ । ଟିଟିଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହି ଘଟଣାର ତଦନ୍ତ କରାଯାଇ ଆହୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲକ୍ଷ୍ମୌ ରଳ ମଣ୍ଡଳ ପକ୍ଷରୁ କୁହାଯାଇଛି । ଚାକିରି ଯିବା ପରେ ଏବେ ଟିଟିଇ କାନ୍ଦିବା ସହ ନିଜ ବ୍ୟବହାର ପାଇଁ ପଶ୍ଚାତାପ କରୁଛନ୍ତି । ଗତ ବର୍ଷ ଜଣେ ଟିଟିଇ ନିଶାସକ୍ତ ଅବସ୍ଥାରେ ଜଣେ ମହିଳା ଯାତ୍ରୀଙ୍କୁ ହଇରାଣ କରୁଥିବାର ଦୃଶ୍ୟ ଭାଇରାଲ୍‌ ହୋଇଥିଲା । ଏହାପରେ ସମ୍ପୃକ୍ତ ଟିଟିଇଙ୍କୁ ନିଲମ୍ବିତ କରାଯାଇଥିଲା ।

Comments are closed.