ମତଦାନ ବେଳେ ଭୋଟି ମେସିନ୍ ଭାଙ୍ଗି ଜନସେନା ପ୍ରାର୍ଥୀ ଗିରଫ
ଅମରାବତୀ ..- ମତଦାନ କେନ୍ଦ୍ରରେ ମତଦାନ ଚାଲିଥିବା ବେଲେ ଇଭିଏମ୍ ଭାଙ୍ଗି ଜନସେନାର ପ୍ରାର୍ଥୀ ହୋଇଥିବା ମଧୁସୂଧନ ଗୁପ୍ତା ଗିରଫ ହୋଇଛନ୍ତି । ଗୁରୁବାରରେ ଆନ୍ଧ୍ରପ୍ରଦେଶରେ ଲୋକସଭା ଓ ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ଅନନ୍ତପୁର ଜିଲ୍ଲାର ଗୁନ୍ତକାଲ ବିଧାନସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ଜନସେନାର ପ୍ରାର୍ଥୀ ମଧୁସୂଧନ ସେଠାରେ ପହଞ୍ଚିଥିଲେ । ସେ ମତଦାନ କରିବା ପାଇଁ ସେଠାରେ ପହଞ୍ଚିଥିଲେ । ମତଦାନ କେନ୍ଦ୍ରରେ ଠିକ୍ ଭାବରେ ବିଧାନସଭା ଓ ଲୋକସଭା ଆସନର ନାମ ପ୍ରଦର୍ଶୀତ ହୋଇ ନଥିବାରୁ ସେ ଭୋଟିଂ ମେସିନ୍କୁ ଚଟାଣରେ ପିଟି ଦେଇଥିଲେ ।
ଆନ୍ଧ୍ରପ୍ରଦେଶରେ ୧୭୫ଟି ବିଧାନସଭା ଆସନ ଓ ୨୫ଟି ଲୋକ ସଭା ଆସନ ପାଇଁ ମତଦାନ କରାଯାଉଛି । କେତକସ୍ଥାନରେ ଭୋଟିଂ ମେସିନ୍ରେ ତ୍ରୁଟି ଦେଖାଯାଇଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶର କେତକସ୍ଥାନରେ ନିର୍ବାଚନୀ ହିଂସା ଦେଖାଯାଇଛି ।
#WATCH Jana Sena MLA candidate Madhusudhan Gupta smashes an Electronic Voting Machine (EVM) at a polling booth in Gooty, in Anantapur district. He has been arrested by police. #AndhraPradesh pic.twitter.com/VoAFNdA6Jo
— ANI (@ANI) April 11, 2019
Comments are closed.