ଭୋଗରାଇ : ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ବାର୍ଦ୍ଧକ୍ୟ ଜନିତ ସମସ୍ୟା ଲାଗି ୮୩ ବର୍ଷୀୟ ଦାସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଛି ଦିନ ହେଲା ତାଙ୍କର ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥିଲା। ରବିବାର ସନ୍ଧ୍ୟାରେ ପରିବାର ଲୋକ ତାଙ୍କୁ ବାଲେଶ୍ବର ଫକୀରମୋହନ ମେଡିକାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ଆଇସିୟୁରେ ତାଙ୍କର ଚିକିତ୍ସା ଜାରି ରହିଛି। ଗତ ୨୦୧୯ ନିର୍ବାଚନରେ ପ୍ରତିପକ୍ଷ ପ୍ରତିଦ୍ବନ୍ଦୀଙ୍କୁ ହରାଇ ବିଜୟୀ ହୋଇଥିଲେ। ବିଜେଡିର ସେ ଜଣେ ପୁରୁଖା ନେତା ଭାବେ ବେଶ୍ ଜଣାଶୁଣା। ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଦାୟିତ୍ବ ମଧ୍ୟ ସମ୍ଭାଳିଥିଲେ।
Popular Categories



