www.samajalive.in
Monday, December 8, 2025
27.1 C
Bhubaneswar

ଅବୈଧ ଘୋଷଣା ହୋଇପାରେ ପାକିସ୍ତାନ ନିର୍ବାଚନ; ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ଶୁଣାଣି

ଇସଲାମାବାଦ: ପାକିସ୍ତାନ ସଂସଦର ନିମ୍ନ ସଦନ (ନ୍ୟାସନାଲ ଆସେମ୍ବ୍ଲି) ପାଇଁ ଅନୁଷ୍ଠିତ ନିର୍ବାଚନ ଅବୈଧ ଘୋଷଣା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଫେବୃଆରୀ ୮ରୁ ନିର୍ବାଚନ ଶେଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସ୍ପଷ୍ଟ ଫଳାଫଳ ଘୋଷଣା ହୋଇନାହିଁ । ଭୋଟ ଗଣତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଅନିୟମିତତା ଅଭିଯୋଗକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଉପରେ ସୋମବାର ଶୁଣାଣି ହେବ ।

ଅନ୍ୟପଟେ ନିର୍ବାଚନରେ ଅନିୟମିତତା ହେବା ନେଇ ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି । ଏପରିକି ଅନିମିତତାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ମୁଖ୍ୟ ବିଚାରପତି ଜଡିତ ଥିବା କୁହାଯାଉଛି । ରାୱଲପିଣ୍ଡିର ପୂର୍ବତନ କମିସନର ଲିଆକତ୍‍ ଅଲି ଚଟ୍ଟାହ ଏପରି ଅଭିଯୋଗ କରିଛନ୍ତି । ଲିଆକତ୍‍ ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ ଭୋଟ ଗଣତି ପ୍ରକ୍ରିୟାରେ ଅନିମିତତା କରିବା, ପୂର୍ବରୁ ହାରିଥିବା ପ୍ରାର୍ଥୀଙ୍କୁ ଜିତାଇବା ଲାଗି ତାଙ୍କ ଉପରେ ଚାପ ପକାଯାଇଥିଲା । ଚାପର ବଶବର୍ତ୍ତୀ ହୋଇ ଭୁଲ କାମ କରିବାକୁ ସେ ବାଧ୍ୟ ହୋଇଥିଲେ । ତାଙ୍କ ସହିତ ଅନ୍ୟମାନେ ମଧ୍ୟ ଜଡିତ ଥିବା ସମସ୍ତଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ । ଲିଆକତଙ୍କ ଏପରି ଅଭିଯୋଗକୁ ପାକିସ୍ତାନ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories