www.samajalive.in
Thursday, December 11, 2025
15.1 C
Bhubaneswar

କରୋନା ପାଇଁ ଭିଟାମିନ୍ ଡି’ ସୁରକ୍ଷା କବଚ

ବିଶ୍ବରେ କେତେକ ରାଷ୍ଟ୍ରରେ କରୋନାର ଭୟାବହତା ବଢ଼ିଚାଲିଥିବାବେଳେ ଅନ୍ୟ କେତୋଟି ରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା କରୋନାର ପ୍ରକୋପ ସେଭଳି ବ୍ୟାପିନାହିଁ। ସେଇ ରାଷ୍ଟ୍ରମାନେ ହେଲେ ନରୱେ, ଡେନମାର୍କ, ଫିନ୍‌ଲ୍ୟାଣ୍ଡ। କରୋନା ଭାଇରସ୍‌ ଏହି ରାଷ୍ଟ୍ରଗୁଡ଼ିକରେ ଅଧିକ ବ୍ୟାପି ପାରିନଥିବାବେଳେ ଗବେଷକ ଏହା ପଛର ତଥ୍ୟ ପ୍ରକାଶ କରିଛନ୍ତି। ଗବେଷକ ଦଳଙ୍କ କହିବାନୁସାରେ, ଏସବୁ ରାଷ୍ଟ୍ରର ଲୋକଙ୍କ ନିମନ୍ତେ ଭିଟାମିନ ଡି’ ହିଁ ସୁରକ୍ଷା କବଚ ପାଲଟିଯାଇଛି। ବିଦେଶୀ ଏହି ଥଣ୍ଡା ଦେଶଗୁଡ଼ିକରେ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଲୋକ ଆସିପାରିନଥାନ୍ତି; କିନ୍ତୁ ନରୱେର ପ୍ରମୁଖ ପ୍ରାନ୍ତରେ ବିଯୁକ୍ତ ତାପମାତ୍ରା ରହୁଥିବାବେଳେ ସେଠା ଲୋକ ଭିଟାମିନ୍ ଡି’ଯୁକ୍ତ ଖାଦ୍ୟ ଖାଇବା ଗୁରୁତ୍ବ ଦେବା ସହ ବିଶେଷଜ୍ଞଙ୍କ ପରାମର୍ଶରେ ଭିଟାମିନ୍ ଡି’ ସପ୍ଲିମେଣ୍ଟ ମଧ୍ୟ ଖାଇଥାନ୍ତି।
– ଭାରତ, ସ୍ପେନ୍, ଇଟାଲୀ, ଆମେରିକା, ବ୍ରିଟେନ୍‌‌ରେ କରୋନା ରୋଗୀଙ୍କ ସଂଖ୍ୟା ହାର ଅଧିକ। ଭାରତରେ ସୂର୍ଯ୍ୟକିରଣ ପ୍ରତ୍ୟେକ ପ୍ରାନ୍ତରେ ବିଚ୍ଛୁରିତ ହେଉଥିବାବେଳେ ଏଠାରେ କାହିଁକି କରୋନା ରୋଗୀଙ୍କ ସଂଖ୍ୟା, ମୃତ୍ୟୁହାର ବଢ଼ିଚାଲିଛି, ସେ ବାବଦରେ ଗବେଷକ ସମୂହ ଚିନ୍ତାରେ ପଡ଼ିଯାଇଥିଲେ। ଅନୁଧ୍ୟାନ ପରେ ସେମାନେ ମତ ଦେଇଛନ୍ତି, ବର୍ତ୍ତମାନ ଭାରତୀୟ ଲୋକ ଶୀତତାପନିୟନ୍ତ୍ରିତ କକ୍ଷରେ କାମ କରିବାକୁ ପ୍ରାଧାନ୍ୟ ଦେଉଛନ୍ତି। ଏହା ସହ ଲକ୍-ଡାଉନ୍ ସମୟରେ ଘରେ ବନ୍ଦ ହୋଇ ରହିବା କାରଣରୁ ସେମାନେ ବାହାର ପରିବେଶ ସହ ଖାପଖୁଆଇ ଚଳିବା କଷ୍ଟକର ହୋଇପଡ଼ିଥିଲା। ଅନ୍-ଲକ୍ ଘୋଷଣା ପରେ ଲୋକେ ବାହାରକୁ ଆସିବା ମାତ୍ରେ ରୋଗାକ୍ରାନ୍ତ ହୋଇଥିଲେ।
– ଦିନକୁ ଅତିକମ୍‌ରେ ସୂର୍ଯ୍ୟକିରଣ ସମ୍ମୁଖରେ ୨୦ ମିନିଟ୍ ଚଲାବୁଲା କରିବା ଉଚିତ। ସକାଳବେଳା ଏହି କାମ କରନ୍ତୁ। ଶରୀରକୁ ଭିଟାମିନ୍ ଡି’ ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। n

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories