କଟକ: ଅନୁଗୁଳ ଓ ନୟାଗଡ଼ ଜିଲାରେ ଭର୍ଚୁଆଲ କୋର୍ଟରୁମ୍ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୁଡ଼ ମୁଖ୍ୟଅତଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଏସ.ମୁରଲୀଧର, ବିଚାରପତି ବିଶ୍ବଜିତ ମହାନ୍ତି ଓ ସଙ୍ଗମ କୁମାର ସାହୁଙ୍କ ସମେତ ବହୁ ବିଚାରପତି ଭିଡିଓ କନ୍ଫରେନସିଂ ଜରିଆର ଯୋଗଦେିଥିଲେ। ଏହି କାର୍ଯ୍ୟକ୍ରମରେ ମହା ଅଧିବକ୍ତା ଅଶୋକ କୁମାର ପରିଜା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା, ପୁଲିସ ମହାନିର୍ଦେଶକ ଅଭୟ, କାରାଗାର ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ ଅନୁଗୁଳ ଜିଲା ବିଚାରପତି ଭାଗ୍ୟଲକ୍ଷ୍ମୀ ରଥ, ନୟାଗଡ଼ ଜିଲା ବିଚାରପତି ରୁପଶ୍ରୀ ଚୌଧୁରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗଦେଇଥିଲେ। ଏହି ଅବସରରେ ମାମଲାଗୁଡ଼ିର ସୂଚନା ପ୍ରଦାନ ପାଇଁ ଇ-କଷ୍ଟଡି ସାର୍ଟିଫିକେଟ ସିଷ୍ଟମ ଏବଂ ଅଟୋମେଟେଡ୍ ଇ-ମେଲ ସର୍ଭିସ ଆରମ୍ଭ ହୋଇଛି।
Popular Categories



