www.samajalive.in
Monday, December 8, 2025
14.1 C
Bhubaneswar

ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଭର୍ଚୁଆଲ ଯୁବ ସମ୍ମିଳନୀ

ପାଟଣା: ଭୁବନେଶ୍ୱରଠାରେ ଆଜି ଦିନ ୧୧ ଟାରୁ ୧ ଘଟିକା ଯାଏ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସହ ଯୋଡି ହେବା ପାଇଁ ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଯୁବ ବିଜେଡି ପକ୍ଷରୁ ସାହାରପଡାଠାରେ ଏକ ଭର୍ଚୁଆଲ ସମ୍ମିଳନୀ ଜିଲ୍ଲା ଯୁବ ବିଜେଡି ଉପ ସଭାପତି କରୁଣା ସାଗର ଓରଫ ଦିପୁ ଖଟୁଆଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ୟ୍ୟକାରିଣୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳୀୟ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଯୁବ ବିଜେଡି ରାଜ୍ୟ ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ନେତୃବୃନ୍ଦ ସେମାନଙ୍କ ବକ୍ତବ୍ୟରେ ନବୀନ ପଟନାୟକଙ୍କ ନେତୃତ୍ୱରେ ରାଜ୍ୟର ସୁନାମ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ବୃଦ୍ଧି ହୋଇଥିବା ପ୍ରକାଶ କରିବା ସହ କୌଣସି ଜାତୀୟ ଦଳ ନୁହେଁ ବିଜୁ ଜନତା ଦଳ ହିଁ ରାଜ୍ୟର ଆଶା ଭରସାର ପ୍ରତୀକ ବୋଲି ପ୍ରକାଶ କରିବା ସହ ଦଳର ଯୁବ କର୍ମକର୍ତ୍ତା ମାନେ ସାଧାରଣ ଲୋକଙ୍କ ସମସ୍ୟା ବୁଝି ଏହାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଭର୍ଚୁଆଲ ସଭା ଶେଷରେ ଦୀପୁ ଖଟୁଆଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଟଣା ବିଧାୟକ ଜଗନ୍ନାଥ ନାଏକ ତାଙ୍କ ବକ୍ତବ୍ୟରେ ଦଳମତ ନିର୍ବିଶେଷରେ ଅସହାୟ ଅବହେଳିତ ଲୋକ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଭତ୍ତା ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଇପାରିଲେ ସେମାନେ ମଧ୍ୟ ବିଜୁ ଜନତା ଦଳ ପ୍ରତି ଆକର୍ଷିତ ହେବେ ବୋଲି ମତ ପ୍ରକାଶ କରିଥିଲେ ।

ସମ୍ମିଳନୀରେ ସାହାରପଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ର କୁମାର ନାଏକ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ଚନ୍ଦ୍ର ମହାନ୍ତ, ବ୍ଲକ ଉପାଧ୍ୟକ୍ଷା କିରଣବାଳା ସିଂହ, ବିଜୁ ଛାତ୍ର ଜନତା ସମ୍ପାଦକ ପ୍ରଣୟ ପହି, ଯୁବ ନେତା ସୁବାସ, ଜିଲ୍ଲା ଛାତ୍ର ବିଜେଡି ଉପ ସଭାପତି ବିପ୍ଳବ କୁମାର ପୃଷ୍ଟି, ପଟଣା ବ୍ଲକ ଯୁବ ବିଜେଡି ସଭାପତି ରଘୁବର ମହାନ୍ତ, ସାହାରପଡା ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ନାରାୟଣ ପଣ୍ଡା, ଝୁମ୍ପୁରା ବ୍ଲକ ଯୁବ ବିଜେଡି ସଭାପତି ହରି ଭକ୍ତ ଗିରି, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବେହେରା ପ୍ରମୁଖ ଯୋଗ ଦେଇ ନିର୍ବାଚନ ମଣ୍ଡଳୀର ୫୬ ଟି ପଞ୍ଚାୟତରୁ ଆସିଥିବା ଶହଶହ ଦଳୀୟ ଯୁବ ନେତା ଓ କର୍ମକର୍ତ୍ତାମାନଙ୍କୁ ନିଷ୍ଠାର ସହ ସଂଗଠନକୁ ମଜବୁତ କରି ଆଗାମୀ ପୈ।ର ନିର୍ବାଚନ, ପଞ୍ଚାୟତିରାଜ ନିର୍ବାଚନର ସଫଳତା ଆଣିବା ସହ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ ପାଇଁ ଆହ୍ବାନ ଜଣାଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories