www.samajalive.in
Monday, December 8, 2025
27.1 C
Bhubaneswar

ସୁନା ଦୋକାନୀକୁ ଚକମା ଦେଇ ଲୁଟି ନେଲେ ୪୦ ଗ୍ରାମର ଅଳଙ୍କାର 

ବାଙ୍କୀ/ଡମପଡ଼ା : ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ଆଦିମାତା ଛକ ନିକଟ ଅର୍ଣ୍ଣପୂର୍ଣ୍ଣା ଜୁଏଲାରୀ ୱାର୍କସପ୍‌ରୁ ସୁନା ଦୋକାନୀକୁ ଚକମା ଦେଇ ଲୁଟେରା ୪୦ ଗ୍ରାମର ସ୍ୱର୍ଣ୍ଣଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଆଜି ସକାଳ ପ୍ରାୟ ୧୦.୩୦ ମିନିଟ୍ ସମୟରେ ଅର୍ଣ୍ଣପୁର୍ଣ୍ଣ ସ୍ୱର୍ଣ୍ଣଅଳଙ୍କାରର ମାଲିକ ପୁରୁଷୋତ୍ତମ ସାହୁ ଦୋକାନରେ ଥିବା ସମୟରେ ୨ ଜଣ ହିନ୍ଦୀ ଭାଷାଭାଷୀ ଯୁବକ ସ୍ୱର୍ଣ୍ଣଅଳଙ୍କାର କିରିବା ପାଇଁ ଦୋକାନରେ ପଶିଥିଲେ । ସେମାନଙ୍କ ସହ ହିନ୍ଦୀରେ କଥା ହେବାକୁ ଅସହଜ ଅନୁଭବ କରିବାରୁ ପାଖ ଦେକାନୀକୁ ଡାକିବା ପାଇଁ ଆସି ଦୋକାନକୁ ଫେରିଥିଲେ । ଏହି ସମୟରେ ସଂପୃକ୍ତ ଯୁବକ ଅଳଙ୍କାର ପସନ୍ଦ ଆସିନଥିବା କହି ହଠାତ୍ ଗାଡି ନେଇ ଦ୍ରୁତ ଗତିରେ ଫେରାର୍ ହୋଇଯାଇଥିଲା । ତାଙ୍କ ଦୋକାନୀରୁ ୧୦ଟି ମୁଦି, ୧୦ଟି କାନଫୁଲ, ୧୬ଟି ଲକେଟ୍ ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣଅଳଙ୍କାର ଚୋରୀ ହୋଇଛି ବୋଲି ଜାଣିବାକୁ ପାଇଥିଲେ। ଦେକାନୀଙ୍କ ପୁଅ ବିଚିତ୍ର କୁମାର ସାହୁ ଏନେଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ବାଙ୍କୀ ଥାନାରେ ୩୩୨/ ୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ତଦନ୍ତକାରୀ ଅଫିସର ସତ୍ୟନାରାୟଣ ସେନାପତି ସୂଚନା ଦେଇଛନ୍ତି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories