www.samajalive.in
Sunday, December 7, 2025
14.1 C
Bhubaneswar

ମୋନାଲିସାଙ୍କ ହାତରେ ଲାଗିଲା ଆଉ ଏକ ବଡ଼ ପ୍ରୋଜେକ୍ଟ

ମୁମ୍ବଇ: ମହାକୁମ୍ଭ ୨୦୨୫ରେ ମାଳି ବିକ୍ରି କରିବାକୁ ଆସିଥିବା ଜଣେ ଝିଅ ନିଜ ଆଖି ଓ ପ୍ରାକୃତିକ ସୌନ୍ଦର୍ଯ୍ୟତା କାରଣରୁ ରାତାରାତି ଭାଇରାଲ୍‌ ହୋଇଥିଲେ। ତାଙ୍କର ଲୋକପ୍ରିୟତା ଏତେ ବଢିଗଲା ଯେ, ତାଙ୍କୁ କୁମ୍ଭ ଛାଡ଼ି ମଧ୍ୟପ୍ରଦେଶସ୍ଥିତ ନିଜ ଘରକୁ ଫେରିବାକୁ ପଡ଼ିଲା। ତାଙ୍କର ଏହି ଲୋକପ୍ରିୟତା କାରଣରୁ ତାଙ୍କୁ ଏକ ଫିଲ୍ମର ଅଫର ମିଳିଛି। ଫେବୃଆରୀ ୧୨ରୁ ଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବାର ଥିଲା, କିନ୍ତୁ କିଛି ଅନୁମତି ନ ମିଳିବାରୁ ଫିଲ୍ମର ଶୁଟିଂ ଏବେ ପାଇଁ ସ୍ଥଗିତ ରଖାଯାଇଛି। କେବଳ ଏତିକି ନୁହେଁ, ଫିଲ୍ମ ସହ ଅନେକ ବ୍ରାଣ୍ଡ ପକ୍ଷରୁ ମଧ୍ୟ ତାଙ୍କୁ ଅଫର୍‌ ମିଳୁଛି। ଆମେ କହୁଛୁ ମହାକୁମ୍ଭର ଭାଇରାଲ ଗର୍ଲ ମୋନାଲିସାଙ୍କ କଥା। ଇତି ମଧ୍ୟରେ ମୋନାଲିସାଙ୍କୁ ମିଳିଛି ଆଉ ଏକ ପ୍ରୋଜେକ୍ଟ। ଏକ ବ୍ରାଣ୍ଡର ପ୍ରମୋସନ୍‌ ପାଇଁ ଭାଇରାଲ ଗର୍ଲ ମୋନାଲିସା ହଁ କହିଛନ୍ତି।

ମୋନାଲିସାଙ୍କ ଫିଲ୍ମର ପ୍ରଚାର ପ୍ରସାର କାର୍ଯ୍ୟରେ ନିୟୋଜିତ ଟିମ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କୁ ଏକ ବଡ଼ ଅଳଙ୍କାର ବ୍ରାଣ୍ଡ ନିଜର ପ୍ରଚାର ପ୍ରସାର ପାଇଁ ପ୍ରସ୍ତାବ ଦେଇଛି। ଏଥିପାଇଁ ତାଙ୍କୁ ୧୫ ଲକ୍ଷ ଟଙ୍କା ମଧ୍ୟ ଦିଆଯାଇଛି। ଏହି ଚୁକ୍ତି ଅନୁଯାୟୀ ମୋନାଲିସା ଫେବୃଆରୀ ୧୪ରେ ଏହି ବ୍ରାଣ୍ଡର ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ କେରଳ ଯିବେ। ଏହିପରି ଭାବେ ମହାକୁମ୍ଭର ଭାଇରାଲ୍ ଗର୍ଲଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ମିଳିଛି।

- Advertisement -

ମହାକୁମ୍ଭରୁ ଫେରିବା ପରେ ମୋନାଲିସା ୟୁଟ୍ୟୁବରେ ମଧ୍ୟ ସକ୍ରିୟ ହୋଇ ଯାଇଛନ୍ତି ଏବଂ ନୂଆ ନୂଆ ଭିଡିଓ ପ୍ରସ୍ତୁତ କରୁଛନ୍ତି, ଯାହାକୁ ବହୁତ ପସନ୍ଦ କରାଯାଉଛି। ମୋନାଲିସାଙ୍କ ପ୍ରଥମ ଚଳଚ୍ଚିତ୍ରର ନାମ ହେଉଛି ‘ଡାଏରୀ ଅଫ୍‌ ମଣିପୁର’। ସନୋଜ ମିଶ୍ରା ଏହି ଚଳଚ୍ଚିତ୍ରର ନିର୍ଦେଶନା ଭାର ବହନ କରିଛନ୍ତି। ସେ ମୋନାଲିସାଙ୍କ ଗାଁକୁ ଯାଇ ଫିଲ୍ମ ପାଇଁ ତାଙ୍କ ସହ ଚୁକ୍ତି କରିଛନ୍ତି। ଫିଲ୍ମରେ ମୋନାଲିସା ମୁଖ୍ୟ ଭୂମିକାରେ ଅଭିନୟ କରିବେ। କୁହାଯାଉଛି ଯେ, ଏହି ଚଳଚ୍ଚିତ୍ର ପାଇଁ ମୋନାଲିସାଙ୍କୁ ପ୍ରାୟ ୨୧ ଲକ୍ଷ ଟଙ୍କା ମିଳିବ। ଚୁକ୍ତି ସମୟରେ ତାଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

 

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories