www.samajalive.in
Thursday, December 11, 2025
26.1 C
Bhubaneswar

ଗ୍ରାମ ପରିକ୍ରମା ଯୋଜନା ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ

ବୌଦ୍ଧ : କେନ୍ଦ୍ର ବିଜେପି ତରଫରୁ ପ୍ରସାରିତ ଗ୍ରାମ ପରିକ୍ରମା ଯୋଜନାକୁ ସ୍ଥାନୀୟ ତେଲିବନ୍ଧ ହାଟପଦାଠାରେ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଏହି ଉପଲକ୍ଷେ ପ୍ରଥମେ ଗୋ ପୂଜନ ଓ ପରେ କୃଷି ଯନ୍ତ୍ରପାତି ପୂଜନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହାପରେ ଏକ ସାଧାରଣ ସଭାରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି  ସୂର୍ଯ୍ୟ ମହାପାତ୍ର କେନ୍ଦ୍ର ସରକାରଙ୍କ ବିଭିନ୍ନ ଚାଷୀ ହିତକାରୀ ଯୋଜନା ବିଷୟରେ  ଆଲୋକପାତ କରିଥିଲେ। ଶେଷରେ ଅଞ୍ଚଳର ଦୁଇ ସଫଳ ଚାଷୀ ପ୍ରେମାନନ୍ଦ ପ୍ରଧାନ ଓ ଶ୍ରୀରାମ ଅମାତଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଦେଓ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ବୈକୁଣ୍ଠ ପ୍ରଧାନ ଆରତ ଧଳ, ନବୀନ ହୋତା, ଶମ୍ଭୁ ପ୍ରଧାନ, ନବୀନ ପ୍ରଧାନଙ୍କ ସମେତ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories