www.samajalive.in
Sunday, December 14, 2025
26.1 C
Bhubaneswar

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଦ୍ୱାରସୁଣି: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ସହକାରୀ ଯନ୍ତ୍ରୀ ଧିରୟ ମାଝୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି । ଧିରୟ ମାଝୀଙ୍କ ବାରିପଦା କାଳିକାପୁର ସ୍ଥିତ ନିଜ ବାସ ଭବନ, ମୟୁରଭଞ୍ଜ କୋଷ୍ଠାଠାରେ ଥିବା ପୈତୃକ ଗ୍ରାମ, ବଡ଼ସାହି ବ୍ଲକ ଧାନଶୁଳଠାରେ ଥିବା ଶ୍ବଶୁର ଘର ଏବଂ ତାଙ୍କ କାର୍ୟ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଛି।

ଧିରୟଙ୍କର ବାରିପଦାରେ ଏକ ତିନି ମହଲା ଘର, କୋଷ୍ଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ଏବଂ ତାଙ୍କର ଅନେକ ଜମି ପଟ୍ଟା ଥିବା ବେଳେ ତାଙ୍କ ପରିବାର ନାମରେ ଅନେକ ବ୍ୟାଙ୍କ ଆକାଉଣ୍ଟ ରହିଛି। ତାଙ୍କ ଘରେ ଆଜି ଚଢ଼ାଉ ବେଳେ ଏକ ଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଏବଂ ସୁନା ଗହଣା ମିଳିଛି। ବାଲେଶ୍ଵର ମୟୁରଭଞ୍ଜ ଭିଜିଲାନ୍ସ ବିଭାଗର ଏକାଧିକ ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି। ସନ୍ଧ୍ୟା ସୁଦ୍ଧା ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ ହୋଇଯିବ ଏବଂ ସୂଚନା ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories