www.samajalive.in
Saturday, December 13, 2025
15.1 C
Bhubaneswar

ଲାଞ୍ଚ ଲୋଭ: ଭିଜିଲାନ୍ସ ଫାନ୍ଦରେ ପଡ଼ିଗଲେ ନୂଆ ପୁଲିସ ବାବୁ

ଦି’ ମାସ ତଳେ କାର୍ଯ୍ୟରେ ଯୋଗ ଦେଇଥିଲେ । ଚାକିରୀରୁ ପ୍ରୋବେସନ ମୋହର ବି ହଟିନାହିଁ । ହେଲେ ଟଙ୍କା ଖାଇବା ଲୋଭ ନୂଆ ପୁଲିସ ବାବୁଙ୍କ ପାଇଁ ମହଙ୍ଗା ପଡ଼ିଛି । ଏକ ମାମଲା ରଫାଦଫା କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପଡ଼ିଛନ୍ତି ଭିଜିଲାନ୍ସ ଫାନ୍ଦରେ । ଏହି ପୁଲିସ କର୍ମଚାରୀଙ୍କ ନାଁ ହେଉଛି ସିଦ୍ଧାର୍ଥ କୁମାର ଗୌଡ଼ । ସେ ଗଞ୍ଜାମ ଜିଲାର ଜଗନ୍ନାଥ ପ୍ରସାଦ ଥାନାରେ ପୁଲିସ ସବ୍ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିଲେ ।

ଜଗନ୍ନାଥପାଟଣା ଗାଁରେ ଘରଭଡ଼ାକୁ ନେଇ କିଛିଦିନ ତଳେ ଗଣ୍ଡଗୋଳ ଘଟିଥିଲା । ଏହି ମାମଲା ଥାନାକୁ ଆସିଥିଲା ଉକ୍ତ ମାମଲାକୁ ରଫାଦଫା କରିବା ପାଇଁ ପ୍ରୋବେସନ୍‌ରେ ଥିବା ଏସ୍‌.ଆଇ. ସିଦ୍ଧାର୍ଥ କୁମାର ଗୌଡ଼ ୩୦୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା। ଯୋଜନା ମୁତାବକ ପି.ରାଜା ସେନାପତି ଆଜି ଲାଞ୍ଚ ବାବଦକୁ ୩୦୦୦ ଟଙ୍କା ଏସ୍‌ଆଇଙ୍କୁ ଦେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories