www.samajalive.in
Monday, December 8, 2025
24.1 C
Bhubaneswar

ବନ୍ଧାପଥର କଲ୍ୟାଣମଣ୍ଡପ ଅର୍ଥ ଆତ୍ମସାତ ମାମଲା, ଦୁର୍ନୀତି ନିବାରଣ ବିଭାଗର ମାମଲା ରୁଜୁ

ହରଭଙ୍ଗା : ହରଭଙ୍ଗା ବ୍ଲକ ବନ୍ଧାପଥର କଲ୍ୟାଣ ମଣ୍ଡପ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ମାମଲାର ଭିଜିଲାନ୍ସ ତଦନ୍ତ ହେବ । ଏ ନେଇ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ମିସକେଶ ଦାୟର କରାଯାଇ ଦୁର୍ନୀତିର ଖୋଳତାଡ ଆରମ୍ଭ ହୋଇଛି।ଶୁକ୍ରବାର ଭିଜିଲାନ୍ସ ଟିମ ଉପସ୍ଥିତିରେ ଘଟଣାର କ୍ଷେତ୍ରୀୟ ତଦନ୍ତ କରାଯାଇ ବୈଷୟିକ ନିରୀକ୍ଷଣ(ଟି.ଆଇ)କରାଯିବାର କାର୍ଯ୍ୟପନ୍ଥା ରହିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗର ଖୋଳତାଡ ପରେ ଦୁର୍ନୀତିଗ୍ରସ୍ତଙ୍କ ମଧ୍ୟରେ ଏହାକୁ ନେଇ କୋକୁଆଭୟ ସୃଷ୍ଟି ହୋଇଛି । ଭିଜିଲାନ୍ସ ବିଭାଗ ଆଗକୁ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା କେବଳ ଦେଖିବାକୁ ବାକି ରହିଛି ।

ପ୍ରକାଶ ଯେ ବନ୍ଧାପଥର ସିଦ୍ଧେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୨୦୧୮-୧୯ ଆର୍ଥୀକ ବର୍ଷରେ ୩୫ଲକ୍ଷ ଟଙ୍କା ବ୍ୟୟବରାଦ ପାଇଁ ଡିଆରଡିଏରୁ ଅନୁମୋଦନ ମିଳିଥିଲା । ଏହି ବାବଦକୁ ଚତୁର୍ଥ ଅର୍ଥକମିଶନ ପାଣ୍ଠିରୁ ପଞ୍ଚାୟତକୁ ମଣ୍ଡପ ନିର୍ମାଣ କାର୍ଯ୍ୟ ପାଇଁ ୨୦ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। ମାତ୍ର କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ କେବଳ ଫାଉଣ୍ଡେସନ ଷ୍ଟ୍ରକଚର କରି ପୂର୍ବତନ ବନ୍ଧାପଥର ସରପଞ୍ଚ ଏବଂ ପୂର୍ବତନ ପିଇଓ ଦୁଇଟି ପର୍ଯ୍ୟାୟରେ ବିନା ମାପ ଏବଂ ଚେକ ମେଜରମେଣ୍ଟରେ ୮ ଲକ୍ଷ ୭୧ ହଜାର ୮୯୦ଟଙ୍କା ଉଠାଣ କରିଥିବା ଜଣାପଡିଥିଲା। ଏଭଳି ବଡଧରଣ ଦୁର୍ନୀତିର ଏକ ତଦନ୍ତ ରିପୋର୍ଟ ଗତ ଡିସେମ୍ବର ମାସରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଲଛମନ ଓରାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାପାଳ ସରକାରୀ ଅର୍ଥ ତୋଷାରପାତ ଏବଂ ଆଦାୟ ପାଇଁ ଦୁଇ ପୂର୍ବତନ ସରପଞ୍ଚ ଏବଂ ପିଇଓଙ୍କ ନାଁରେ ଏତଲା ନିର୍ଦ୍ଦେଶ ଦେବା ସହିତ ପ୍ରକଳ୍ପ ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ଆକଳନ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଜିଲ୍ଲା ପଞ୍ଚାୟତିରାଜ ଅଧିକାରୀ ପଞ୍ଚାୟତିରାଜ ବିଭାଗକୁ ୨୦୧୮-୧୯ରୁ ୨୦୨୦-୨୧ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଡିଟ ପାଇଁ ଜଣାଇଥିଲେ। ମାତ୍ର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଭିଜିଲାନ୍ସ ନିଜଆଡୁ ମାମଲା ରୁଜୁକରିବାକୁ ବାଧ୍ୟ ହୋଇଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories