www.samajalive.in
Wednesday, December 10, 2025
18.1 C
Bhubaneswar

ବୁଥ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କ ତାଲିମ ଶିବିର

ଆଠଗଡ :  ଆଠଗଡ଼ ଵ୍ଲକ ସଭାଗୃହରେ ଗୁରୁବାର ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠଗଡ ଏନ୍ଏସି, ଵ୍ଲକ ଓ ଟାଙ୍ଗୀ-ଚୌଦ୍ଵାର ବ୍ଲକର ବିଭିନ୍ନ ଵୁଥସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନଙ୍କ ଦୁଇ ଅଧିବେଶନ ବିଶିଷ୍ଟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଠଗଡ ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ଯୋଗ ଦେଇ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ଵାରା ନୂତନ ଭାବେ ପ୍ରଚଳିତ ଵିଏଲ୍ଓ ଆପକୁ ଡାଉନଲୋଡ କରି ବୁଥସ୍ତରୀୟ ସମସ୍ତ ସୂଚନାକୁ ସଂଗ୍ରହ କରିଵାର ସରଳ ଉପାୟ ବିଷୟରେ ଅଧିକାରୀ ମାନଙ୍କୁ ବୁଝାଇଥିଲେ । ଏଥିସହିତ ନୂତନ ଭୋଟର ପଞ୍ଜିକରଣ, ଦରିଆପାରି ଭୋଟର, ଆଧାର ଵୈଧକରଣ, ଭୋଟର ତାଲିକାରୁ ବାଦ୍, ସଂଶୋଧନ, ସ୍ଥାନାନ୍ତରୀକରଣ, ଶାରରୀକ ଅକ୍ଷମ ଆଦିଙ୍କ ସଠିକ ପଞ୍ଜିକରଣ ସମ୍ବନ୍ଧରେ ଶ୍ରୀ ବେହେରା ଗୁରୁତ୍ବାରୋପ କରିଥିଲେ।
ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠଗଡ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଅନୁବିଭାଗ ସହାୟକ ସୂର୍ଯ୍ୟମଣୀ ସାହୁ, ଅବସରପ୍ରାପ୍ତ ଶିକ୍ଷକ ନୀଳମଣି ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories