କଟକ: ଆସନ୍ତା ୬ ତାରିଖରେ ‘ସମାଜ’ର ଶତବାର୍ଷିକୀ ଉଦ୍ଘାଟନ ଉତ୍ସବ। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଭାରତର ମହାମହିମ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ। କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡ଼ିୟମରେ ରବିବାର ଅପରାହ୍ନ ୪ଟାରୁ ୫ଟା ସମୟରେ ଏହି କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ସଦୟ ସ୍ବୀକୃତି ପ୍ରଦାନ କରିଛନ୍ତି ନାଇଡୁ।
ଏ ନେଇ ଉପରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟରୁ ଶୁକ୍ରବାର ଏକ ସମ୍ମତି ପତ୍ର ‘ସମାଜ’ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କୁ ହସ୍ତଗତ ହୋଇଛି।



