www.samajalive.in
Wednesday, December 10, 2025
18.1 C
Bhubaneswar

ବିଶ୍ବ ଚମ୍ପିଆନ୍‌ କନିଷ୍ଠ କ୍ରିକେଟରଙ୍କ ଭବିଷ୍ୟତ ଉଜ୍ଜ୍ଵଳ

ନୂଆଦିଲ୍ଲୀ : ଭାରତୀୟ ଦଳ ୫ ଥର ୧୯ ବର୍ଷରୁ କମ୍ କ୍ରିକେଟ୍‌ ବିଶ୍ବକପ୍‌ ଚମ୍ପିଆନ୍ ହୋଇଛି। ହେଲେ ଗତ ଶନିବାର ଚମ୍ପିଆନ୍ ହୋଇଥିବା ଦଳର ଖେଳାଳିଙ୍କ ଭବିଷ୍ୟତ ଉଳ। ଭାରତୀୟ ବରିଷ୍ଠ କ୍ରିକେଟ୍‌ ଦଳ ଏବେ ପରିବର୍ତ୍ତନ ସ୍ତରରେ ଅଛି। ଦଳରେ ଜଣକ ପରେ ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳୁଛି। ଦେଶରେ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଗତ ୨ ବର୍ଷ ହେଲା ବହୁତ କମ୍‌ ଜୁନିୟର କ୍ରିକେଟ୍‌ ଖେଳାଯାଇଛି। ଏହାସତ୍ତ୍ବେ ୨ଟି ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ୧୯ ବର୍ଷରୁ କମ୍ କ୍ରିକେଟ୍‌ ଦଳ ଅପରାଜିତ ରହିବା ସହ କ୍ରମାଗତ ୯ଟି ମ୍ୟାଚ୍‌ ଜିତିଛି। ପ୍ରଥମେ ଭାରତୀୟ ଦଳ ୟୁଏଇରେ ୧୯ ବର୍ଷରୁ କମ୍ ଏସିଆ କପ୍‌ ଜିତିଥିବା ବେଳେ ମାସକ ପରେ ବିଶ୍ବକପ୍‌ରେ ମଧ୍ୟ ଅନୁରୂପ ପ୍ରଦର୍ଶନ କରିଥିଲା। ମାତ୍ର ୨ ମାସରେ ଏକ ବିଶ୍ବ ଚମ୍ପିଆନ୍ ଦଳ ପ୍ରସ୍ତୁତହେବା ପ୍ରମାଣିତ କରୁଛି ଯେ ଭାରତୀୟ ଦଳରେ ଚମତ୍କାର ପ୍ରତିଭା ରହିଛନ୍ତି; ଯେଉଁମାନଙ୍କ ଆଗରେ ଲମ୍ବା ରାସ୍ତା ପଡ଼ିଛି।
ଅଧିନାୟକ ଯଶ ଧୁଲ୍‌, ଅଲ୍‌ରାଉଣ୍ଡର ରାଜ୍‌ ବାୱା ଓ ବାମହାତି ଦ୍ରୁତ ବୋଲର ରବି କୁମାର ନୂଆ ହିରୋ ପାଲଟି ଯାଇଛନ୍ତି। ଦିଲ୍ଲୀର ଯଶ ଧୁଲ ପ୍ରତିଯୋଗିତା​‌େ​‌ର କେବଳ ନେତୃତ୍ବ ନୁହେଁ; ବ୍ୟାଟିଂରେ ମଧ୍ୟ ପରାକ୍ରମ ଦେଖାଇଛନ୍ତି। ଧୁଲ୍‌ ପ୍ରଥମ ମ୍ୟାଚ୍‌ରେ ୮୨ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଶତକ ମାରିଥିଲେ। ସେ ୪ଟି ମ୍ୟାଚରୁ ୨୨୯ ରନ କରିଛନ୍ତି। କରୋନା ଆକ୍ରାନ୍ତ ହୋଇ ସେ ଲିଗ୍‌ ପର୍ଯ୍ୟାୟର ୨ଟି ମ୍ୟାଚ ଖେଳି ପାରିନଥିଲେ। ଉପଅଧିନାୟକ ସେକ୍ ରସିଦ୍‌ ସେମିଫାଇନାଲ ଓ ଫାଇନାଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ରାଜ୍‌ ବାୱାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ସବୁଠାରୁ ଚର୍ଚ୍ଚାରେ ରହିଛି। ପଞ୍ଜାବର ରାଜ୍‌ ୨୫୨ ରନ୍‌ କରିଛନ୍ତି। ଉଗାଣ୍ଡା ବିପକ୍ଷରେ ​‌େ​‌ସ ଅପରାଜିତ ୧୬୨ ରନ୍‌ର ଇନିଂସ ଖେଳିଥିଲେ। ପେସ୍ ବୋଲିଂକରି ରାଜ୍‌ ୧୧ଟି ୱିକେଟ ମଧ୍ୟ ନେଇଛନ୍ତି। ଫାଇନାଲରେ ରାଜ୍‌ ଇଂଲଣ୍ଡ ବିପକ୍ଷରେ ୫ଟି ୱିକେଟ ନେବା ସହ ୩୫ ରନ୍‌ କରିଥିଲେ। ବଙ୍ଗଳାର ବାମହାତି ଦ୍ରୁତ ବୋଲର ରବି କୁମାର ସେମିଫାଇନାଲ ଓ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି। ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୪ଟି, ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୨ଟି, କ୍ବାର୍ଟର ଫାଇନାଲରେ ବାଂଲାଦେଶ ବିପକ୍ଷରେ ୩ଟି ୱିକେଟ ନେଇଥିଲେ। ଧୁଲ୍‌ ସଂକ୍ରମିତ ହୋଇଥିବା ବେଳେ ଦଳର ନେତୃତ୍ବ ନେଇ ନିଶାନ୍ତ ସିନ୍ଧୁ ଭଲ ପ୍ରଦର୍ଶନ କରିଥିଲେ। ଫାଇନାଲରେ ସିନ୍ଧୁ ଅର୍ଦ୍ଧଶତକ ହାସଲ କରିଥିଲେ। ଓପ୍‌ନର ଆଙ୍ଗକ୍ରିସ୍‌ ରଘୁବଂଶୀ ଓ ହର୍‌ନୁର ସିଂହ ଲିଗ୍‌ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ। ଦଳରେ ଜଣେ ଫିନିସର ଭାବେ ଉଭା ହୋଇଛନ୍ତି ୱିକେଟ ରକ୍ଷକ ଦିନେଶ ବାନା। ସେମିଫାଇନାଲରେ ବାନା ୪ଟି ବଲ୍‌ରୁ ୨୦ ରନ୍‌ କରିଥିବା ବେଳେ ଫାଇନାଲରେ କ୍ରମାଗତ ୨ଟି ଛକାମାରି ଦଳକୁ ଜିତାଇବା ସହ ୨୦୧୧ ଫାଇନାଲରେ ଧୋନିଙ୍କ ପରି ମ୍ୟାଚ୍‌ ଫିନିସ୍‌ କରିଥିଲେ। ବାନା ୧୯ ବର୍ଷରୁ କମ୍ ଚ୍ୟାଲେଞ୍ଜର ଟ୍ରଫିର ଏକ ମ୍ୟାଚ୍‌ରେ ୯୮ ବଲ୍‌ରୁ ୧୭୦ ରନ୍‌ ସ୍କୋର୍‌ କରିଥିଲେ। ଏଥିରେ ଥିଲା ୧୪ଟି ଛକା ଓ ୧୦ଟି ଚୌକା ମାରିଥିଲେ। ବାମହାତି ସ୍ପିନର ଭିକି ଓସ୍ତୱାଲ ୧୨ଟି ୱିକେଟ ସହ ଦଳର ସର୍ବାଧିକ ୱିକେଟ ହାସଲକାରୀ ହୋଇ ପାରିଛନ୍ତି। ଏଥିରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ଟି ଓ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ୱିକେଟ ନେଇଥିଲେ। ଭାରତୀୟ ଯୁବ ଖେଳାଳିମାନଙ୍କ ପ୍ରଦର୍ଶନ ଭବିଷ୍ୟତ ପାଇଁ ଶୁଭ ସଙ୍କେତ ଦେଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories