www.samajalive.in
Thursday, December 11, 2025
26.1 C
Bhubaneswar

ଉପରାଷ୍ଟ୍ରପତିଙ୍କ ପୁସ୍ତକ ଉନ୍ମୋଚନ କଲେ ମୋଦୀ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଭାବେ ଭେଙ୍କିଆ ନାଇଡୁଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକକୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି। ‘ମୁଭିଂ…ଅନ୍‍ ମୁଭିଂ ଫର୍‍ୱାର୍ଡ: ଏ ଇଅର ଇନ୍‍ ଅଫିସ’ ଶୀର୍ଷକ ୨୪୫ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ନାଇଡୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବେ ବିଗତ ଏକ ବର୍ଷ ମଧ୍ୟରେ ସାଉଁଟିଥିବା ଅନୁଭୁତି ଓ ଉପଏବ୍ଧିକୁ ବର୍ଣ୍ଣାନା କରିଛନ୍ତି। ବିଶେଷକରି ନବଭାରତ ନିର୍ମାଣ ପ୍ରସଙ୍ଗ ସେ ଏଥିରେ ଉତ୍‍ଥାପନ କରିଛନ୍ତି। ପୁସ୍ତକଟିକୁ ମୋଦୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଦେବେଗୌଡା, ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ ଏବଂ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଅନାବରଣ କରିଥିଲେ। ପୁସ୍ତକଟିରେ ନାଇଡୁ ଲେଖିଛନ୍ତି, ୨୦୧୭ ଅଗଷ୍ଟ ୧୧ରେ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ୪ଟି ପ୍ରମୁଖ ପ୍ରସଙ୍ଗରେ ଦେଶବ୍ୟାପୀ ବିଭିନ୍ନ ହିତାଧିକାରୀଙ୍କ ସହିତ ସମ୍ପର୍କ ସ୍ଥାପନ ନିମନ୍ତେ ସେ ସମଗ୍ର ଦେଶ ପରିଭ୍ରମଣ କରିଛନ୍ତି। ତେବେ ଉପରାଷ୍ଟ୍ରପତି ଭାବେ ତାଙ୍କର ବିଗତ ଏକ ବର୍ଷର କାର୍ଯ୍ୟକାଳ ଚ୍ୟାଲେଞ୍ଜପୂର୍ଣ୍ଣ ଏବଂ ଅସୀମିତ ସୁଯୋଗ ସମ୍ବଳିତ ସମୟ ଥିଲା। ଉନ୍ମୋଚନ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ନାଇଡୁ କହିଛନ୍ତି, ସମ୍ପ୍ରତି ଦେଶରେ ପରିବର୍ତନ ଆଣିବା ନିମନ୍ତେ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ଦେଶବାସୀଙ୍କୁ ମିଳିତ ଭାବେ ଏବଂ ଦୃଢତାର ସହ ଆଗକୁ ବଢିବାକୁ ହେବ। ସେହିଭଳି ରାଜ୍ୟସଭା ଅଧ୍ୟକ୍ଷ ଭାବେ ନିଜର ଅନୁଭୂତି ପ୍ରକାଶ କରି ସେ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ସଦସ୍ୟମାନେ ଯେଭଳି ନିଜ ମତ ତଥା ଅଭିଜ୍ଞତାକୁ ବ୍ୟକ୍ତ କରିପାରିବେ ସେଥିନେଇ ସାର୍ଥକ ଏବଂ ସୁବିଧାଜନକ ଆଲୋଚନା କରାଇବା ତାଙ୍କର ପ୍ରମୁଖ କର୍ତ୍ତବ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମନମୋହନ ମଧ୍ୟ ନାଇଡୁଙ୍କ ନିଷ୍ଠାପରତା ଏବଂ କର୍ତ୍ତବ୍ୟପରାୟଣତାକୁ ପ୍ରଶଂସା କରିଥିଲେ।

Hot this week

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

Related Articles

Popular Categories