www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ କେଉଁ କାରଣରୁ ଯାନ କିଣିବା ପରେ କରାଯାଏ ପୂଜା

ହିନ୍ଦୁଧର୍ମରେ ନୂଆ ଗାଡ଼ି କିଣିବା ପରେ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି। ଏହାକୁ ଯାନ ପୂଜା କୁହାଯାଇଥାଏ। ଆପଣ ମଧ୍ୟ ନୂଆ ଗାଡ଼ି କିଣି ପୂଜା କରିଥିବେ। ମାତ୍ର ଆପଣ ଜାଣି ନଥିବେ ଯେ କେଉଁ କାରଣରୁ ଏହି ଯାନ ପୂଜା କରାଯାଏ। ଏହା ଦ୍ୱାରା କି ଲାଭ ହୋଇଥାଏ। ଜାଣନ୍ତୁ କେଉଁ କାରଣରୁ ଏପରି କରାଯାଏ।
ହିନ୍ଦୁ ଧର୍ମରେ ଯାନକୁ ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ଼ର ସ୍ୱରୂପ ବୋଲି କୁହାଯାଏ। ଗରୁଡ଼ଙ୍କ କୃପାରୁ ହିଁ ସଭିଏଁ ଯାତ୍ରା କରିଥାଆନ୍ତି। ଏପରି ମାନ୍ୟତା ରହିଛି ଯେ, ଯାନ କିଣିବା ପରେ ପୂଜା କରିବା ଫଳରେ ଯାତ୍ରାରେ ଥିବା ବାଧାବିଘ୍ନ ଦୂର ହୋଇଥାଏ। ଦୁର୍ଘଟଣା ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଏହା ବିଷୟରେ ଉଲ୍ଲେଖ ରହିଛି। ଲୋକଙ୍କର ଯାନ ବହୁବାର ଖରାପ ହେବାର ଦେଖାଯାଏ। ବ୍ୟକ୍ତିର ଜାତକରେ ଶନି ଓ ମଙ୍ଗଳ ଦଶା ଖରାପ ଥିଲେ ଏହି ସମସ୍ୟା ସୃଷ୍ଟି ହୁଏ ବୋଲି କୁହାଯାଇଛି। ଏହି କାରଣରୁ ହିଁ ଯାନ ବାରମ୍ବାର ଖରାପ ମଧ୍ୟ ହୋଇଥାଏ। ତେଣୁ ଜାତକରେ ମଙ୍ଗଳ ଓ ଶନିଙ୍କ ସ୍ଥିତିକୁ ଦୃଢ ରଖିବା ଆବଶ୍ୟକ। ଯାନର ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳେ।
ଜାଣନ୍ତୁ ପୂଜାର ବିଧି –
ଯାନ ପୂଜା ପାଇଁ କର୍ପୂର, ନଡ଼ିଆ, ପୁଷ୍ପମାଳା, କଳସ , ମିଠା, ସିନ୍ଦୂର, ଘିଅ ଆଦି ଆବଶ୍ୟକ ଅଟେ। ଗୃହରେ ନୂଆ ଯାନକୁ ପ୍ରବେଶ କରାଇବା ପୂର୍ବରୁ ଆମ୍ବପତ୍ରରେ ୩ ଥର ଗଙ୍ଗାଜଳ ଛିଞ୍ଚନ୍ତୁ। ଏହା ପରେ ଘିଅ ଓ ସିନ୍ଦୂର ମିଶାଇ ଯାନରେ ସ୍ୱସ୍ତିକ ଚିହ୍ନ କରନ୍ତୁ। ଏହାକୁ ଗାଡ଼ିରେ ଲଗାଇବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଏବେ ଗାଡ଼ିରେ ପୁଷ୍ପ ମାଳା ପିନ୍ଧାଇ କର୍ପୂରରେ ଆଳତୀ କରନ୍ତୁ। ଆଳତୀ କରିବା ପରେ ମିଠା ଭୋଗ କରନ୍ତୁ। ସେହି ଭୋଗକୁ ଗାଈକୁ ଖାଇବାକୁ ଦିଅନ୍ତୁ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories