www.samajalive.in
Saturday, December 13, 2025
17.1 C
Bhubaneswar

କଳାହାଣ୍ଡି ଜିଲ୍ଲାରେ ବେଦାନ୍ତର ‘ସ୍ୱର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ 

ଭବାନୀପାଟଣା- ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ମାଣିକେଶ୍ୱରୀ ହାଇସ୍କୁଲ ଓ ସରସ୍ୱତୀ ଶିଶୁ ମନ୍ଦିରରେ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ‘ସ୍ୱର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏକ ପ୍ରାଚୀନ ଆୟୁର୍ବେଦିକ ଅଭ୍ୟାସ ସ୍ୱର୍ଣ୍ଣ ପ୍ରାଶନରେ ଶିଶୁମାନଙ୍କୁ ମହୁ ଏବଂ ଘିଅ ରେ ମିଶ୍ରିତ ସୁବର୍ଣ୍ଣ କଣିକା ଦିଆଯାଏ । ଏହି ମିଶ୍ରଣ ସ୍ମରଣଶକ୍ତି ବୃଦ୍ଧି, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ପର୍ଯ୍ୟାୟରେ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବ ବୋଲି ବିଶ୍ୱାସ କରାଯାଏ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ (ଡିଏଏମ୍‌ଓ) ଡାକ୍ତର ଅଯୋଧ୍ୟାନାଥ ବେହେରା, କଳାହାଣ୍ଡି ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ (ଏଏମ୍‌ଓ) ଡାକ୍ତର ଅକ୍ଷୟ କାଣ୍ଡ, ଡାକ୍ତର ଚନ୍ଦ୍ରଭାନୁ ଓ ଡାକ୍ତର ରାଜକୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସରକାର, ଆୟୁଷ ମନ୍ତ୍ରଣାଳୟର ସଚିବ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଆଉ ଦୁଇଟି ଜିଲ୍ଲା ରାୟଗଡ଼ା ଓ କୋରାପୁଟକୁ ସହାୟତା ଯୋଗାଇଦେବାକୁ ଯୋଜନା କରିଛି ।

- Advertisement -

ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ସହ ଆମର ସହଯୋଗ ମାଧ୍ୟମରେ ଆମେ ଗୋଷ୍ଠିଗୁଡିକର ସାମଗ୍ରିକ ବିକାଶ ପାଇଁ ପ୍ରଚଳିତ ସରକାରୀ ଯୋଜନାଗୁଡ଼ିକୁ ସମ୍ପ୍ରସାରଣ ଏବଂ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ । ‘ସ୍ୱର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ ସାମୂହିକ ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆମର ସମର୍ପଣକୁ ପ୍ରତିଫଳିତ କରେ । ବେଦାନ୍ତ ଆଲୁମିନିୟମର ବକ୍ସାଇଟ୍‌ ମାଇନ୍ସର ସିଓଓ ନୀତିନ କୁମାର ତିୱାରୀ କହିଛନ୍ତି ଯେ ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ସହ ଆମର ଭାଗିଦାରୀ ମାଧ୍ୟମରେ ଆମେ ୨୦୨୪ ସୁଦ୍ଧା କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ାରେ ଶିଶୁଠାରୁ ଆରମ୍ଭ କରି ୧୬ ବର୍ଷ ବୟସ ପର୍ଯ୍ୟନ୍ତ ୩୦,୦୦୦ ଶିଶୁଙ୍କୁ ଉପକୃତ କରିବା ପାଇଁ ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛୁ ।

ଏହି ଅବସରରେ ଜିଲ୍ଲା ସହକାରୀ ଚିକିତ୍ସାଧିକାରୀ ଡାକ୍ତର ଅଯୋଧ୍ୟାନାଥ ବେହେରା କହିଥିଲେ ଯେ ସ୍ୱର୍ଣ୍ଣ ପ୍ରାଶନ ଏକ ସମୟ ପରୀକ୍ଷିତ ଆୟୁର୍ବେଦିକ ଅଭ୍ୟାସ ଏବଂ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଓ ଜ୍ଞାନ ଶକ୍ତି ବୃଦ୍ଧିରେ ଏହାର ଉପକାରିତା ଭଲ ଭାବରେ ଲିଖିତ । ଅବହେଳିତ ଅଞ୍ଚଳରେ ଏଭଳି ପ୍ରଭାବଶାଳୀ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବେଦାନ୍ତ ଆଲୁମିନିୟମର ସହଯୋଗ ପ୍ରଶଂସନୀୟ । ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରି କହିଲେ, ବେଦାନ୍ତ କେବଳ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବୃଦ୍ଧି କରୁନାହିଁ ବରଂ ପାରମ୍ପରିକ ସୁସ୍ଥତା ପ୍ରଣାଳୀ ବିଷୟରେ ସଚେତନ କରୁଛି । ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତି କ୍ଷେତ୍ରରେ ରଣନୈତିକ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିଶ୍ରୁତିବଦ୍ଧ । ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ସକ୍ରିୟ ଭାବେ ଯୋଗଦାନ ଦେଇଆସୁଛି ।

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories