www.samajalive.in
Monday, December 8, 2025
24.1 C
Bhubaneswar

ଘରର ମୁଖ୍ୟ ଦ୍ବାର ସହ ଜଡିତ କିଛି ବାସ୍ତୁ ଟିପ୍ସ

ବାସ୍ତୁଶାସ୍ତ୍ରରେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ଓ ନକରାତ୍ମକ ଶକ୍ତି କମ କରିବା ପାଇଁ କିଛି ଉପାୟ ବର୍ଣ୍ଣନା କରାଯାଇଛି। ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଥିବା ନିୟମ ନ ମାନିବା ଦ୍ବାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ମାନ୍ୟତା ରହିଛି ଯେ, ଘରେ ବାସ୍ତୁଦୋଷ ଥିଲେ ମାନସିକ ଚିନ୍ତା ବଢିଥାଏ। ଏହାସହ ପରିବାରରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ମୁଖ୍ୟତଃ ଘରର ମୁଖ୍ୟ ଦ୍ବାର ବାସ୍ତୁ ସହ ଅଧିକ ମାତ୍ରାରେ ଜଡିତ। ବାସ୍ତୁଶାସ୍ତ୍ରରେ ମୁଖ୍ୟ ଦ୍ବାରର ଅଧିକ ମହତ୍ତ୍ବ ରହିଥାଏ

ମୁଖ୍ୟ ଦ୍ବାର ଆଖପାଖକୁ କେବେ ବି ଅପରିଷ୍କାର ରଖନ୍ତୁ ନାହିଁ। ମୁଖ୍ୟ ଦ୍ବାରକୁ ସର୍ବଦା ସଫାସୁତୁରା ରଖନ୍ତୁ। ନଚେତ ଏହାଦ୍ବାରା ଘର ମଧ୍ୟକୁ ନକରାତ୍ମକ ଶକ୍ତି ପ୍ରବେଶ କରିବାର ସମ୍ଭାବନା ରହିଛି।

- Advertisement -

ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଘରର ମୁଖ୍ୟ ଦ୍ବାରରେ ସ୍ବସ୍ତିକ, ଓଁ, ଶ୍ରୀ ଗଣେଶ ପରି ଶୁଭ ଚିହ୍ନ ଲଗାନ୍ତୁ। ଏହାଦ୍ବାରା ଘରର ପରିବେଶରେ ପବିତ୍ରତା ବୃଦ୍ଧି ପାଇବ।

ଘରର ମୁଖ୍ୟ ଦ୍ବାରରେ ୱିଣ୍ଡ ଚାଇମ/ପବନ ଘଣ୍ଟି ଲଗାଇବା ଉଚିତ। ଏହା ଘରର ସମସ୍ତ ବାସ୍ତୁଦୋଷ ଦୂର କରିଥାଏ।

ମୁଖ୍ୟ ଦ୍ବାର ନିକଟରେ ସର୍ବଦା ତୁଳସୀ ବୃକ୍ଷ ଲଗାଇବା ଖୁବ୍‌ ଶୁଭ ଅଟେ। ଏପରି କରିବା ଦ୍ବାରା ଘର ମଧ୍ୟକୁ ପ୍ରବେଶ କରୁଥିବା ନକରାତ୍ମକ ଶକ୍ତି ଗୁଡିକ ସକାରାତ୍ମକ ଶକ୍ତି ରୂପେ ପରିବର୍ତ୍ତିତ ହୋଇଥାଏ।

ମୁଖ୍ୟ ଦ୍ବାର ବନ୍ଦ ନିକଟରେ ସର୍ବଦା ଅଶୋକ କିମ୍ବା ଆମ୍ବ ପତ୍ରର ତୋରଣ ଲଗାଇବା ଉଚିତ। ଏହାଦ୍ବାରା ଘର ମଧ୍ୟକୁ ନକରାତ୍ମକ ଶକ୍ତି ପ୍ରବେଶ କରି ନ ଥାଏ।

ଏହାସହ ମୁଖ୍ୟ ଦ୍ବାରର ଭିତରକୁ ବାସ୍ତୁର ତିନୋଟି ମୁଦ୍ରାକୁ ଟାଙ୍ଗିବା ଉଚିତ। ଏହାକୁ ସର୍ବଦା ଲାଲ ରଙ୍ଗର ଫିତାରେ ବାନ୍ଧି ରଖିବା ଉଚିତ। ଏପରି କରିବା ଦ୍ବାରା ପରିବାର ସଦସ୍ୟଙ୍କର ଆର୍ଥିକ ଉନ୍ନତି ହୋଇଥାଏ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories