www.samajalive.in
Tuesday, December 9, 2025
23.1 C
Bhubaneswar

କିଛି ସରଳ ବାସ୍ତୁ ଟିପ୍ସ; ଯାହା ଦୂର କରିବ ଧନ ସମ୍ବନ୍ଧୀୟ ଅନେକ ସମସ୍ୟା

ଘରେ କୌଣସି ବାସ୍ତୁ ଦୋଷ ରହିଲେ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଧନ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ଅଯଥା କଳହ ଆଦି ଦେଖା ଦେଇଥାଏ। ତେଣୁ କୁହାଯାଏ ବାସ୍ତୁ ଅନୁଯାୟୀ ଘର କରିବା ଉଚିତ। ତେବେ ଏପରି କିଛି ବାସ୍ତୁ ଟିପ୍ସ ଅଛି, ଯାହାକୁ ଆପଣାଇବା ଦ୍ବାରା ବାସ୍ତୁ ଦୋଷ ଦୂର ହେବା ସହ ଧନର ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିବା ସେମିତି କିଛି ବାସ୍ତୁ ଟିପ୍ସ ବିଷୟରେ –

-ଶୋଉଥିବା ଘରର ଝରକାରେ କ୍ରିଷ୍ଟାଲ ଲଗାନ୍ତୁ। ଏହାକୁ ଛୁଇଁ ଘର ଭିତରକୁ ଆସୁଥିବା ଆଲୋକ ସକରାତ୍ମକ ପ୍ରଭାବ ପକାଏ। ଯାହା ଆପଣଙ୍କୁ ସୁସ୍ଥ ଏବଂ ଶକ୍ତିଶାଳୀ ରଖେ।
-ଏକ ଦର୍ପଣ ନେଇ ଏପରି ସ୍ଥାନରେ ଲଗାନ୍ତୁ, ଯାହାର ପ୍ରତିଫଳନ ଆଲମାରୀ କିମ୍ବା ପଇସା ରଖିଥିବା ସ୍ଥାନରେ ଯେପରି ପଡୁଥିବ। ଏହା ବ୍ୟୟ କମ୍ କରିବାରେ ସହାୟତା କରିବା ସହ ସଞ୍ଚିତ ଧନକୁ ବୃଦ୍ଧି କରିବ।
-ଛାତରେ ଏକ ପାତ୍ରରେ ପାଣି ଏବଂ କିଛି ଖାଦ୍ୟ ରଖନ୍ତୁ। ଯାହାକୁ ସବୁଦିନ ପକ୍ଷୀମାନେ ଖାଇବେ। ବାସ୍ତୁ ବିଜ୍ଞାନ ଅନୁସାରେ, ପକ୍ଷୀ ନିଜ ସହିତ ସକରାତ୍ମକ ଶକ୍ତି ଆଣିଥାଆନ୍ତି। ଯାହା ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ।
-ଆୟରେ ବାରମ୍ବାର ବାଧା ଉପୁଜୁଥିଲେ ଶୟନ କକ୍ଷରେ କିମ୍ବା ଘର କାନ୍ଥରେ ବାମ କୋଣରେ କିଛି ଓଜନିଆ ଜିନିଷ ରଖନ୍ତୁ, ବାଧା ଆଉ ଆସିବ ନାହିଁ।
-ଘରେ ଆକ୍ୱାରିୟମ ରଖି ସେଥିରେ କଳା ଏବଂ ସୁନେଲୀ ରଙ୍ଗର ମାଛ ରଖନ୍ତୁ। ଏହା ଆପଣଙ୍କ ଘର ଉପରେ ପଡୁଥିବା ନକରାତ୍ମକ ଶକ୍ତିକୁ ଦୂର କରିବାରେ ସହାୟକ ହୋଇଥାଏ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories