www.samajalive.in
Wednesday, December 10, 2025
26.1 C
Bhubaneswar

ପରିବାରରେ ସର୍ବଦା ଖୁସି ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ପରିବାର ମଧ୍ୟରେ ଭଲ ପାଇବା ସୁଖମୟ ଜୀବନର ଆଧାର । ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି ସେମାନଙ୍କ ପରିବାର ଏକାଠି ଓ ହସଖୁସିରେ ଜୀବନ ଅତିବାହିତ କରନ୍ତୁ। ବେଳେ ବେଳେ ଏପରି ଦେଖାଯାଏ ଯେ, ଛୋଟ ଛୋଟ କଥାରେ ଗୃହରେ କଳହ ହୋଇଥାଏ। ଏହି କଳହର ମାତ୍ରା ବଢିଲେ ଘରେ ଅଶାନ୍ତି ବଢିବା ସହ ଏହାର ପ୍ରଭାବ କର୍ମକ୍ଷେତ୍ରରେ ମଧ୍ୟ ପଡ଼ିଥାଏ। ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି , ଯାହାକୁ ଆପଣେଇବା ଦ୍ୱାରା ପରିବାରରେ ସର୍ବଦା ଖୁସି ବଜାୟ ରହିବ। ଜାଣନ୍ତୁ ….
ଘରେ ଥିବା ଗୁରୁଜନଙ୍କର ନିୟମିତ ସେବା କରନ୍ତୁ। ତାଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ।
ଘରର ବୈଠକ କକ୍ଷରେ ଭଗବାନ ବିଷ୍ଣୁ କିମ୍ବା ପ୍ରଭୁ ଶ୍ରୀକୃଷ୍ଣଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ସଦସ୍ୟଙ୍କ ମଧ୍ୟରେ ସ୍ନେହର ସମ୍ପର୍କ ସର୍ବଦା ରହିଥାଏ।
ପରଦା ସଦୃଶ ଶଙ୍ଖ କିମ୍ବା ଶାମୁକାରେ ନିର୍ମିତ ହୋଇଥିବା ପରଦା ଲଗାନ୍ତୁ। ଏପରି କରିବା ଦ୍ୱାରା ପାରିବାରିକ ମତଭେଦ ଦୂର ହୋଇଥାଏ।
ଅଦରକାରୀ ବସ୍ତୁ ଘରେ ରଖନ୍ତୁ ନାହିଁ।
ଖଟ ତଳେ କୌଣସି ଅନାବଶ୍ୟକ ବସ୍ତୁ ରଖନ୍ତୁ ନାହିଁ।
ଘରର ପ୍ରତ୍ୟେକ କକ୍ଷରେ ଫିଟକରି ଖଣ୍ଡ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ରହିବା ସହ ବାସ୍ତୁ ଦୋଷ ଦୂର ହୋଇଥାଏ।
ଗେଣ୍ଡୁ ଫୁଲରେ ସିନ୍ଦୂର ଲଗାଇ ମା’ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ନିଶ୍ଚୟ ରହିଥାଏ।
ନିୟମିତ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ପୂଜାର୍ଚ୍ଚନା କରନ୍ତୁ।
ପିତପତ୍ନୀ ଏକତ୍ରିତ ଯେକୌଣସି ବ୍ରତ ପାଳନ କରନ୍ତୁ।
ରୁଟି ପ୍ରସ୍ତୁତ କରିବା ପରେ ପ୍ରଥମ ରୁଟି ଗାଈ ଓ ଶେଷ ରୁଟି କୁକୁର ପାଇଁ ରଖନ୍ତୁ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories