www.samajalive.in
Sunday, December 7, 2025
16.1 C
Bhubaneswar

ସିନ୍ଦୂର ସହ ଜଡିତ ବାସ୍ତୁ ଉପାୟ

ମାନ୍ୟତା ଅନୁସାରେ ବିବାହିତ ନାରୀମାନେ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ପାଇଁ ମଥାରେ ସିନ୍ଦୂର ଲଗାଇଥାନ୍ତି। ଏହା ସହ ସିନ୍ଦୂର ଲଗାଇବା ଦ୍ୱାରା ଘରେ ସୁଖଶାନ୍ତି ବଢିଥାଏ। ସିନ୍ଦୂରର ବ୍ୟବହାର ପୂଜା କାର୍ୟ୍ୟରେ କରାଯାଇଥାଏ। ସିନ୍ଦୂର ବିନା କୌଣସି ପୂଜା କାର୍ୟ୍ୟ ସମ୍ଭବ ହୋଇ ନଥାଏ। ଆସନ୍ତୁ ଜାଣିବା କେଉଁ କାର୍ୟ୍ୟ ପାଇଁ ସିନ୍ଦୂର ଅତ୍ୟନ୍ତ ଆବଶ୍ୟକ..
ପାଞ୍ଚଟି ମଙ୍ଗଳବାର ଓ ଶନିବାର ସିନ୍ଦୂରରେ ତେଲ ମିଶାଇ ହନୁମାନଙ୍କୁ ଅର୍ପଣ କରିବା ଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇଥାଏ। ସିନ୍ଦୂର ଅର୍ପଣ କରିବା ପରେ ଗୁଡ ଓ ଚଣାର ପ୍ରସାଦ ବାଣ୍ଟନ୍ତୁ।
ସମାଜରେ ମାନ-ସମ୍ମାନ ପ୍ରତିଷ୍ଠା ପାଇଁ ଗୋଟିଏ ପାନ ପତ୍ରରେ ଫିଟିକିରି ଓ ସିନ୍ଦୂର ବାନ୍ଧି ବୁଧୁବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଏକ ପଥର ତଳେ ଲୁଚାଇ ରଖନ୍ତୁ। ସିନ୍ଦୂର ରଖିବା ପରେ ପଛକୁ ବୁଲି ଅନାନ୍ତୁ ନାହିଁ। ଏପରି ତିନୋଟି ବୁଧବାର କରନ୍ତୁ।
ଘରେ ଧନହାନୀ ହେଉଥିଲେ ନଡିଆରେ ସିନ୍ଦୂର ଲଗାଇ ଲାଲ ରଙ୍ଗର କପଡା ବାନ୍ଧି ପୂଜା କରନ୍ତୁ। ସେହି ନଡିଆକୁ ଘରେ ଓ ଦୋକାନରେ ରଖି ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ। ଏପରି କରିବା ଦ୍ୱାରା ଆର୍ଥିକ ଅବସ୍ଥା ଭଲ ହୋଇଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ୱାରରେ ଘିଅରେ ସିନ୍ଦୂର ମିଶାଇ ଲଗାନ୍ତୁ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ। ଏହାଦ୍ୱାରା ବାସ୍ତୁଦୋଷ ମଧ୍ୟ ଦୂର ହୋଇଯାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories