www.samajalive.in
Saturday, December 6, 2025
26.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

–ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ଜାମିନ ପାଇବା ପରେ ଜେଲରୁ ମୁକୁଳିଲେ। ଗତକାଲି ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଦୀପ ପାଣିଗ୍ରାହୀ

–ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷା ପ୍ରାୟତଃ ହେବ, କୁଳପତି ଓ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା ପରେ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

- Advertisement -

–ଜାମ୍ମୁ-କାଶ୍ମୀରରେ ପୁଲିସ ଓ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ; ୨ ପୁଲିସ କର୍ମଚାରୀ ଶହୀଦ

–ଦିଲ୍ଲୀ ଲଜପତ ନଗରରେ ଭୟାବହ ଅଗ୍ନିକାଣ୍ଡ ; ନିଆଁ ଲିଭାଇବା କାର୍ୟ୍ୟରେ ଅଗ୍ନିଶମ କର୍ମଚାରୀ ନିୟୋଜିତ

–ଆଦିବାସୀ ଗବେଷଣା କେନ୍ଦ୍ର ପକ୍ଷରୁ ୱେବିନାର ଆୟୋଜିତ

–ଖର୍ଚ୍ଚ କାଟ କରିବାକୁ କହିଲା ଅର୍ଥ ମନ୍ତ୍ରଣାଳୟ ; ୨୦% ଖର୍ଚ୍ଚ କମାଇବାକୁ ସରକାରୀ ବିଭାଗଗୁଡିକୁ ନିର୍ଦ୍ଦେଶ

–ଅଙ୍ଗ ସାନ୍‍ ସୁ କିଙ୍କ ବିରୁଦ୍ଧରେ ନୂଆ ଦୁର୍ନୀତି ଅଭିଯୋଗ ; ୧୫ ବର୍ଷ ହୋଇପାରେ କାରାଦଣ୍ଡାଦେଶ

–ସନ୍ଦିଗ୍ଧ ଚାଇନା ଗୁଇନ୍ଦା ଗିରଫ ; ବାଂଲାଦେଶ ପଟୁ ଭାରତକୁ ଅନୁପ୍ରବେଶ ଉଦ୍ୟମ ସମୟରେ ଧରାପଡିଲା

–ସ୍ନାତକୋତ୍ତର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଅନ୍ୟୂନ ମାସେ ଘୁଞ୍ଚାଅ- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

–ଆମେରିକାର ସବୁଠାରୁ ବଡ ଚାଷୀ ବିଲ୍‍ ଗେଟସ

–ବିଶ୍ୱର ସବୁଠାରୁ ଡେଙ୍ଗା ପୁଲିସ କର୍ମଚାରୀ ; ଉଚ୍ଚତା ୭ ଫୁଟ ୬ଇଞ୍ଚ

–ଚୀନରେ ବିଦେଶୀ କଟକଣା ବିରୋଧରେ ନୂଆ ଆଇନ ଗୃହୀତ

–ଦଣ୍ଡାଦେଶ ବିରୋଧରେ କୁଳଭୂଷଣଙ୍କୁ ଆବେଦନ ସୁଯୋଗ

–କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ପରିସରଭୁକ୍ତ ଜଣେ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ପରିଜନକୁ ମିଳୁଥିବା ସର୍ବାଧିକ ବୀମା ରାଶି ୬ରୁ ବୃଦ୍ଧି କରାଯାଇ ୭ ଲକ୍ଷ ଟଙ୍କାରେ ନିର୍ଦ୍ଧାରଣ କରାଯାଇଛି

–ଅଭିନେତ୍ରୀ ଐସା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା

–ବୁଲିବୁଲି କ୍ଷମା ମାଗୁଛନ୍ତି ତୃଣମୂଳ କଂଗ୍ରେସ ଛାଡ଼ିଥିବା ଅନେକ ନେତା

–ଭାରତର କୋଭାକ୍ସିନ ଟିକାକୁ ମନା କଲା ଆମେରିକା

–କଳା କବକ ସଂକ୍ରମଣ, ୩ ସପ୍ତାହରେ ଗଲାଣି ୨୧୦୦ ଜୀବନ

–୧୬ କୋଟିର ଇଞ୍ଜେକ୍‌ସନ୍‌ ନେଲେ ୩ ବର୍ଷୀୟ ଶିଶୁ ଆୟାଂଶ

–ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ

–ମାହାଙ୍ଗା ଗୋତରାରେ ପ୍ରଜାକୋର୍ଟ, ଖୁଣ୍ଟରେ ବାନ୍ଧି ବୃଦ୍ଧଙ୍କୁ ନିର୍ୟାତନା

–ଓଡ଼ିଶାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ;  ଗୋଟିଏ ଦିନରେ ରାଜ୍ୟରେ ୪୮୫୨ ଜଣ ନୂଆ ସଂକ୍ରମିତ ଚିହ୍ନଟ , ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୭୬୫ ଏବଂ ସ୍ଥାନୀୟ ସଂକ୍ରମିତ ୨୦୮୭

–ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ ଏକ ଅଭାବନୀୟ ଘଟଣା ; ବାପାର ମରଣାନ୍ତକ ଆକ୍ରମଣରେ ୩ ବର୍ଷର ନାବାଳିକା ମୃତ ; ଅନ୍ୟ ୩ ନାବାଳିକା ଓ ପତ୍ନୀ ଗୁରୁତର

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories