ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଖୁବ ମହତ୍ତ୍ୱ ରହିଛି। ଘର ତିଆରି ଠାରୁ ଆରମ୍ଭ କରି ଘରେ ଜିନିଷ ରଖିବା ପର୍ଯ୍ୟନ୍ତ ସାଜସଜ୍ଜା ପାଇଁ ମଧ୍ୟ ବାସ୍ତୁ ନିୟମ ରହିଛି। ଜୀବନରେ ଆସୁଥିବା ସମସ୍ୟାର କାରଣ ଅନେକ ସମୟରେ ବାସ୍ତୁ ଦୋଷ ହୋଇଥାଏ। ବାସ୍ତୁରେ ଏପରି କେତେକ ନିୟମ ବର୍ଣ୍ଣନା କରାଯାଇଛି। ଯାହା ଦୈନନ୍ଦିନ ଜୀବନରେ ପାଳନ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଜାଣନ୍ତୁ ଜାଣତରେ ଅଜାଣତରେ କରୁଥିବା ଭୁଲ୍ ଓ କେଉଁ ଅଭ୍ୟାସ କାରଣରୁ ଟଙ୍କାର ଅଭାବ ଲାଗି ରହିଥାଏ।
ସୂର୍ଯ୍ୟୋୟ ପୂର୍ବରୁ କିମ୍ବା ସୂର୍ଯ୍ୟୋୟ ସମୟରେ ବିଛଣା ତ୍ୟାଗ କରିବା ଶୁଭଙ୍କର। ଏହାଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। ମାତ୍ର ସୂର୍ଯ୍ୟୋୟ ହେବାର ବହୁ ସମୟ ପରେ ଉଠିଲେ ଅଭାବ ଲାଗି ରହିଥାଏ।
ଘରେ ଥିବା ଟ୍ୟାପ୍ରୁ କିମ୍ବା ଟାଙ୍କିରୁ ସର୍ବଦା ପାଣି ପଡୁଥିଲେ। ଏହାକୁ ତୁରନ୍ତ ଠିକ୍ କରାନ୍ତୁ। ନଚେତ୍ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ଆର୍ଥିକ ସମସ୍ୟା ଲାଗି ରହିଥାଏ।
ଗୁରୁବାର ଓ ଏକାଦଶୀରେ କେଶ ଓ ନଖ ଭୁଲରେ ମଧ୍ୟ କାଟନ୍ତୁ ନାହିଁ। ଏହା ଦ୍ୱାରା ଅଶୁଭ ହେବା ସହ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଯେତେ ରୋଜଗାର କଲେ ମଧ୍ୟ ଅଭାବ ହୋଇଥାଏ।
ଘରେ କଦାପି ଖରାପ ହୋଇଯାଇଥିବା ବୈଦ୍ୟୁତିକ ଉପକରଣ ରଖନ୍ତୁ ନାହିଁ। ମାନ୍ୟତା ଅନୁଯାୟୀ ଏହାଦ୍ୱାରା ଧନହାନୀ ହୋଇଥାଏ।
ସୂର୍ଯ୍ୟାସ୍ତ ପରେ କାହାରିକୁ କ୍ଷୀର,ଦହି କିମ୍ବା ଟଙ୍କା ଦିଅନ୍ତୁ ନାହିଁ। ଏହାଦ୍ୱାରା ଘରେ ଧନହାନୀ ହୋଇଥାଏ। ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।
ଘରେ ଛିଣ୍ଡା ଚପଲ , ପୋଷାକ ମଧ୍ୟ ରଖନ୍ତୁ ନାହିଁ। ଏହାକୁ ଅଶୁଭ କୁହାଯାଏ। ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି।
ଘରକୁ ଆଦୌ ଅପରିଷ୍କାର ରଖନ୍ତୁ ନାହିଁ। ଘର ସଫାସୁତୁରା ରହିବା ଦ୍ୱାରା ଧନର ଦେବୀ ଲକ୍ଷ୍ମୀଙ୍କ ବେଶ ପ୍ରସନ୍ନ ହୋଇଥାଆନ୍ତି।
ଘର ସାମ୍ନାରେ ଅଳିଆ ଆବର୍ଜନା ପକାଇ ରଖନ୍ତୁ ନାହିଁ। ଏହାଦ୍ୱାରା ଅଭାବ ଲାଗି ରହିଥାଏ।
ଭଗବାନଙ୍କ ପୂଜାର୍ଚ୍ଚନା କରନ୍ତୁ। ପ୍ରାର୍ଥନା କରନ୍ତୁ।



