www.samajalive.in
Monday, December 8, 2025
13.1 C
Bhubaneswar

ଡାକ୍ତରଙ୍କ ଦାବି; ଦକ୍ଷିଣ ଆଫ୍ରିକାରେ ଠାବ ଭାରିଆଣ୍ଟ ବିରୋଧରେ ଟିକା ପ୍ରଭାବଶୂନ୍ୟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିବା କରୋନା ଭୂତାଣୁର ଏକ ନୂଆ ଭାରିଆଣ୍ଟ ଚିନ୍ତାର ବିଷୟ ପାଲଟିଛି। ଏହି ଭାରିଆଣ୍ଟ ବିରୋଧରେ କରୋନା ଟିକା ପ୍ରଭାବଶୂନ୍ୟ ହେଉଛି ବୋଲି ଡାକ୍ତରମାନେ ଦାବି କରିଛନ୍ତି। ଦକ୍ଷିଣ ଆଫ୍ରିକାର ପୋଷ୍ଟ ଏଡୱାର୍ଡରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଶଙ୍କର ଚେଟ୍ଟି ଇଣ୍ଡିଆ ଟୁଡେ ପକ୍ଷରୁ ଆୟୋଜିତ ଡକ୍ଟର୍ସ ରାଉଣ୍ଡଟେବୁଲ କାର୍ଯ୍ୟକ୍ରମରେ ଏହା କହିଛନ୍ତି।

ଏହି ଅବସରରେ ଡାକ୍ତର ଚେଟ୍ଟି କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ନିଜର ଅନୁଭୂତି ବଖାଣିଛନ୍ତି। ବ୍ୟାପକ ଟିକାକରଣ କରୋନା ବିରୋଧୀ ଲଢ଼େଇରେ ଏକ ରଣନୀତି ହୋଇପାରେ କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ଟିକାକରଣ ଅଭିଯାନ ଧିମା ଗତିରେ ଚାଲିଛି। କାରଣ ଏଡାରେ କରୋନା ଷ୍ଟ୍ରେନ ଉପରେ ଟିକା ପ୍ରକୃତରେ ସେତେ ପ୍ରଭାବୀ ହେଉନାହିଁ। ଆମକୁ ଟିକାକରଣକୁ ନେଇ ମଧ୍ୟ ସାବଧାନ ହେବା ଜରୁରୀ।

- Advertisement -

କରୋନା ଭୂତାଣୁର ପ୍ରଥମ ତରଙ୍ଗ ବିଷୟରେ ଆଲୋଚନା କରି ସେ କହିଥିଲେ ଯେ, ସରକାର ତାଲାବନ୍ଦକୁ କଡ଼ାକଡ଼ି ଭାବେ ଲାଗୁ କରିଥିଲେ। କିନ୍ତୁ ସମାଜର ସମସ୍ତ ଗୋଷ୍ଠୀ ପାଇଁ ଏହା ସମାନ ଭାବେ ଲାଗୁ ହୋଇ ନ ଥିଲା। ତଳ ସ୍ତରର ଗୋଷ୍ଠୀରେ ଏହି ଭୂତାଣୁ ଦ୍ରୁତଗତିରେ ବ୍ୟାପିଥିଲା। ଏହି ଗୋଷ୍ଠୀର ଲୋକମାନେ ନିଜକୁ ଏକାନ୍ତବାସରେ ରଖିବାରେ ଅସମର୍ଥ ଥିଲେ। ତେବେ ୨ୟ ତରଙ୍ଗ ଆସିବା ପରେ ଟିକାକରଣ ଆରମ୍ଭ ହୋଇଯାଇଥିଲା।

ସେ ଆହୁରି କହିଥିଲେ, ଆମେ ଦେଖିବାକୁ ପାଇଥିଲୁ ଯେ ସଂକ୍ରମିତ ହେବା ପରେ କୃଷ୍ଣକାୟ ଜନସଂଖ୍ୟାର ଏକ ବଡ଼ ଭାଗ ମଧ୍ୟରେ ଗୋଷ୍ଠୀ ରୋଗ ପ୍ରତିରୋଧ ଶକ୍ତି (ହର୍ଡ ଇମ୍ୟୁନିଟି) ବିକଶିତ ହୋଇସାରିଥିଲା। ଏବେ ଗବେଷଣାରୁ ଜଣାପଡ଼ିଛି ​ ଯେ, ସଂକ୍ରମଣ ପରେ ବିକଶିତ ହୋଇଥିବା ଏହି ଗୋଷ୍ଠୀ ରୋଗପ୍ରତିରୋଧ ଶକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁଛି। ଏଭଳି ସ୍ଥିତିରେ ଆମକୁ ଧ୍ୟାନ ଦେବାକୁ ହେବ ଯେ ହର୍ଡ ଇମ୍ୟୁନିଟି ବିକଶିତ ହୋଇଥିବା ଲୋକଙ୍କୁ ଟିକା ଦେଉଛୁ ଏବଂ ଯେଉଁମାନଙ୍କଠାରେ ଏହା ବିକଶିତ ହୋଇନାହିଁ, ସେମାନଙ୍କ ଲାଗି ଟିକା ଗଚ୍ଛିତ କରି ରଖିବା ଜରୁରୀ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories