www.samajalive.in
Saturday, December 6, 2025
26.1 C
Bhubaneswar

ଉତ୍ତରପ୍ରଦେଶରେ ସମସ୍ତ ଜିଲା ହେବ କରୋନା କଟକଣାରୁ ମୁକ୍ତ

ଲକ୍ଷେ୍ନø : ଉତ୍ତରପ୍ରଦେଶରେ କରୋନାର ୨ୟ ତରଙ୍ଗ ଧିରେ ଧିରେ ଦୁର୍ବଳ ହେଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ପ୍ରାୟ ୭୫ ପ୍ରତିଶତ ଜିଲାରେ କରୋନା କର୍ଫ୍ୟୁରୁ ମୁକ୍ତ କରାଯାଇଛି। ବୁଧବାର ଠାରୁ ଏଠାକାର ସମସ୍ତ ଜିଲାରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ବଜାର ଖୋଲା ରହିବ। ମାତ୍ର ସିନେମା ଘର, ମଲ୍‍ ଓ ଜିମ୍‍ ଖୋଲିବା ଉପରେ କଟକଣା ଜାରି ରହିବ। ରେସ୍ତୋରାଁ ଖୋଲା ଯିବ ମାତ୍ର ସେଠାରେ ବସି କେହି ଖାଇବେ ନାହିଁ କେବଳ ହୋମ ଡ଼େଲିଭରି ପାର୍ସଲ ଯିବ। ରାତ୍ରୀକାଳୀନ କର୍ଫ୍ୟୁ ଓ ସପ୍ତାହନ୍ତ କର୍ଫ୍ୟୁ ଲାଗୁ ରହିବ।
ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁ ଜିଲାରେ ୬୦୦ରୁ କମ ଆକ୍ରାନ୍ତଙ୍କ ସଂଖ୍ୟା ରହିବ ସେଠାରେ କରୋନା କର୍ଫ୍ୟୁ କଟକଣାକୁ ମୁକ୍ତ କରାଯିବ। ଅଧିକାଂଶ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୬୦୦ରୁ କମ ରହୁଛି। ଜିଲାରେ ଦୋକାନ ବଜାର ଖୋଲିବା ନେଇ ଅନୁମତି ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶରେ ପ୍ରାୟ ୨ଲକ୍ଷ ୮୫ ହଜାର କରୋନା ପରୀକ୍ଷା କରାଯାଇଥିବା ବେଳେ ୭୯୭ ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦୦ ରହିଛି। ପଜିଟିଭ ସଂଖ୍ୟା ୦.୨ ପ୍ରତିଶତ ରହିଛି। ଆରୋଗ୍ୟ ହାର ୯୭.୧ ପ୍ରତିଶତ ରହିଛି ବୋଲି ସୂଚନା ମିଳିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories