ଉତ୍ତରାଖଣ୍ଡ ହିମସ୍ଖଳନ: ୧୪ ମୃତଦେହ ଉଦ୍ଧାର

୧୫୦ରୁ ଅଧିକ ବର୍ତ୍ତମାନ ମଧ୍ୟ ନିଖୋଜ

ଉତ୍ତରାଖଣ୍ଡର ଚମୋଲୀ ଜିଲା ଅନ୍ତର୍ଗତ ରେଣୀ ଗାଁରେ ରବିବାର ହିମସ୍ଖଳନ ଯୋଗୁ ଘଟିଥିବା ବନ୍ୟାରେ  ଏଯାଏଁ ୧୪ ମୃତଦେହ ଉଦ୍ଧାର ହୋଇଥିବା ସହ ବନ୍ୟା ପାଣିରେ ହଜିଯାଇ ୧୫୦ରୁ ଅଧିକ ବର୍ତ୍ତମାନ ମଧ୍ୟ ନିଖୋଜ ରହିଛନ୍ତି।
ହିମସ୍ଖଳନ ଯୋଗୁ ଗଙ୍ଗା ନଦୀରେ ବନ୍ୟା ସୃଷ୍ଟି ହୋଇଛି। ଏହାଦ୍ବାରା ଚମୋଲୀରୁ ହରିଦ୍ବାର ପର୍ୟ୍ୟନ୍ତ ବନ୍ୟାର ବିପଦ ସୃଷ୍ଟି ହୋଇଛି। ଘଟଣା ପରେ ଏନଡିଆରଏଫ, ବାୟୁସେନା, ଆଇଟିବିପି ଏବଂ ଏସଡିଆରଏଫ ଯବାନମାନେ ପହଞ୍ଚି ପ୍ରଶାସନ ସହିତ ମିଶି ଉଦ୍ଧାର କାର୍ୟ୍ୟକୁ ତ୍ବରିତ୍ବ କରିଛି।
ସୂଚନାଯୋଗ୍ୟ, ପୂର୍ବରୁ ଏହି ଅଘଟଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସନ୍ଧ୍ୟା ସୁଦ୍ଧା ୧୦ ଜଣଙ୍କ ମୃତଦେହକୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଥିଲା ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ପ୍ରାୟ ୧୫୦ରୁ ଅଧିକ ଶ୍ରମିକ ପ୍ରାଣ ହରାଇଥିବା ନେଇ ରାଜ୍ୟ  ମୁଖ୍ୟ ଶାସନ ସଚିବ ଆଶଙ୍କା ପ୍ରକାଶ କରିଛନ୍ତି।

kalyan agarbati

Comments are closed.