ଡେରାଡୁନ୍ : ଉତ୍ତରାଖଣ୍ଡର ରୁଡକୀରେ ମଙ୍ଗଳବାର ସକାଳେ ମଙ୍ଗଲୋର କୋତବାଲୀର ଲହବୋଲି ଗାଁରେ ଏକ ଇଟା ଭାଟିରେ କାନ୍ଥ ଭୁଶୁଡି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଲୋକେ କାନ୍ଥ ତଳେ ଦବି ହୋଇ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳ ସମୟରେ ଇଟା ତିଆରି କରିବା ପାଇଁ ଚିମନୀରେ ଇଟା ଭର୍ତ୍ତି କରିବା ସମୟରେ ଏହି ଅଘଟଣ ଘଟିଥିଲା। ଶ୍ରମିକ କାମ କରୁଥିବା ସମୟରେ ହଠାତ୍ କାନ୍ଥ ଭୁଶୁଡି ପଡିଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଘଟଣାର ତଦନ୍ତ କରାଯାଉଛି।
Popular Categories



