ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ଡେସ୍କ: କଟକ ବାରବାଟି ଷ୍ଟାଡିୟମ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଏକ ଭବ୍ୟ ସମାବେଶରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଆଜି ପ୍ରଭାତରେ ବିଦ୍ୟାଳୟ ପ୍ରାଙ୍ଗଣରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଦେବପ୍ରିୟା ଆଚାର୍ଯ୍ୟଙ୍କ ଅଭିଭାଷଣ ପରେ ଚିତା ଓ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନେ ଅଂଶ ଗ୍ରହଣ କରି ଉତ୍କଳର ଐତିହ୍ୟ ଓ ସଂସ୍କୃତି ଉପରେ ପର୍ଯ୍ୟବସିତ ଚିତା ଓ ମୁରୁଜ ପକାଇଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରିୟଦର୍ଶୀ ନାୟକ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଏଭଳି ପ୍ରୟାସ ଅଭିଭାବକ ଓ ବିଦ୍ୟାଳୟ ମଧ୍ୟରେ ସୁସମ୍ପର୍କ ଗଢି ତୋଳିବାରେ ସହାୟକ ହେବ ବୋଲି ଅଧ୍ୟକ୍ଷ ମତ ବ୍ୟକ୍ତ କରିଥିଲେ। ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

Comments are closed.