www.samajalive.in
Saturday, December 6, 2025
16.1 C
Bhubaneswar

ରୁଷର କରୋନା ଟୀକାକୁ ମିଳିଲା ମଞ୍ଜୁରୀ, ରାଷ୍ଟ୍ରପତି ପୁଟିନଙ୍କ ଝିଅ ନେଲେ ପ୍ରଥମ ଟୀକା

.ମସ୍କୋ: ରୁଷ ପ୍ରସ୍ତୁତ କରୋନା ଟୀକାକୁ ମିଳିଛି ମଞ୍ଜୁରୀ । ନିଜେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହା ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ଝିଅକୁ ପ୍ରଥମ କରୋନା ଟୀକା ଦିଆଯାଇଥିବା ସେ କହିଛନ୍ତି । ମଙ୍ଗଳବାର ରାଷ୍ଟ୍ରପତି ପୁଟିନ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ତାଙ୍କ ଦେଶ ପୃଥିବୀର ପ୍ରଥମ କରୋନା ଟୀକା ପ୍ରସ୍ତୁତ କରିଛି ଓ ଏହାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି ବୋଲି କହିଛନ୍ତି । ତାଙ୍କ ଝିଅ ପ୍ରଥମ ଟୀକା ନେଇଥିବା ସେ କହିଛନ୍ତି, ତେବେ ସେ ନିଜେ ଏହି ଟୀକା ନେଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି ।

ସୂଚନା ଅନୁସାରେ ମସ୍କୋର ଗାମଲେୟା ଇନଷ୍ଟିଚ୍ୟୁଟ୍ ଏହି ଟୀକା ପ୍ରସ୍ତୁତ କରିଛି । ମାତ୍ର ୨ ମାସରେ ଏହାର ମାନବ ପରୀକ୍ଷଣ ଶେଷ ହୋଇଛି । ମାତ୍ର ଏହା ଉପରେ ସନ୍ଦେହବ୍ୟକ୍ତ କରିଛି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ । ପୂର୍ବରୁ ରୁଷ ସ୍ବାସ୍ଥ୍ୟ ମନ୍ତ୍ରୀ ଅକ୍ଟୋବର ମାସ ସୁଦ୍ଧା କରୋନା ଟୀକା ଉପଲବ୍ଧ ହେବ ବୋଲି କହିଥିଲେ । ଅନେକ ଦେଶ ଏହା ଉପରେ ଗବେଷଣା ଜାରି କରିଥିଲେ ହେଁ ସଫଳତା ପାଇ ନାହାନ୍ତି । ମାତ୍ର ରୁଷ ପ୍ରଥମ ଦେଶ ଭାବରେ ଏହି ଟୀକା ଉଦ୍ଭାବନ କରିଥିବା ଦାବି କରିଛି ।
ପ୍ରଥମେ ଏହି ଟୀକା ସ୍ବାସ୍ଥ୍ୟ କର୍ମୀ, ଏହାପରେ ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରାଯିବ । ଏହା ସହ ଏହି ଟୀକା କିଛି ମିତ୍ର ଦେଶକୁ ମଧ୍ୟ ରୁଷ ପ୍ରଦାନ କରିବ ବୋଲି ସେତେବେଳେ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories