www.samajalive.in
Sunday, December 7, 2025
15.1 C
Bhubaneswar

ବିଜୁ ଏକ୍ସପ୍ରେସ ଓ୍ବେ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣରେ ଦୁର୍ନୀତି ଅଭିଯୋଗ

ପାଇକମାଳ:   ପାଇକମାଳ ତହସିଲ ଅନ୍ତର୍ଗତ ଚେରଙ୍ଗାଝାଞ୍ଜ ଗ୍ରାମର ପ୍ଳଟ ନଂ -୩୫୭ ରାସ୍ତା ନିକଟରେ ଥିଲେ ସୁଦ୍ଧା ଅଧିଗୃହୀତ ନହୋଇ ଏହି ଜମିର ପଛକୁ ଥିବା ଜମି ପ୍ଳଟ ନଂ- ୩୫୫ ଅଧିକୃତ ହେବା ଏବଂ ଗତ ତା ୦୭/୦୭/୧୮ ପ୍ଳଟ ନଂ -୩୫୭ ଉପରେ ଜାମସେଠ ଆର.ଆଇ  ଓ ରେଭିନ୍ୟୁ ସୁପରଭାଇଜର ପାଇକମାନଙ୍କ ଦ୍ବାରା ହୋଇଥିବା ମିଳିତ ତଦନ୍ତ ରିପୋର୍ଟ ଏକାଥରକେ ସମସ୍ତ ଅଫିସରୁ ଗାଏବ ହୋଇଯିବା ପଛରେ ଦୁର୍ନୀତି  ଅଭିଯୋଗ ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗକାରୀ ଦୁର୍ଲଭ ବିଶ୍ଵାଳ
ପ୍ଳଟ ନଂ ୩୫୭ର ସତ୍ଵାଧିକାରୀ ଦୁର୍ଲଭ  ବିଶ୍ବାଳ ( ଗୌରାଙ୍ଗ ସାହୁଙ୍କ ନାତି)ଙ୍କ ସୂଚନା ଅନୁସାରେ  ପୂର୍ତ୍ତବିଭାଗ ସର୍ବପ୍ରଥମେ ପ୍ଳଟ ନଂ ୩୫୭କୁ ଅଧିଗ୍ରହଣ କରିବା କଥା ଯେହେତୁ ଏହି ରାସ୍ତା ନିକଟରେ ଅଛି କିନ୍ତୁ ସେମାନେ ପ୍ଳଟ ନଂ ୩୫୫କୁ ଅଧିଗ୍ରହଣ କରି କୌଣସି ସୂଚନା ନଦେଇ ରାତାରାତି ପ୍ଳଟ ନଂ ୩୫୭ର ତିନି ବଖରା ମାର୍କେଟ କମ୍ପ୍ଲେକ୍ସ ,ଗୋଟିଏ ଗୋଦାମ ଘର ଓ ରାସ୍ତାକୁ ଭାଙ୍ଗି ଦେଇଛନ୍ତି । ପୂର୍ବରୁ ପୂର୍ତ୍ତବିଭାଗର ବିଜ୍ଞପ୍ତିରେ ପ୍ଳଟ ନଂ ୩୫୭ର ଆରଡିସିରେ ପରିବର୍ତେ ଏକ ଡିସିମିଲ ଦର୍ଶାଇଥିବାରୁ ତହସିଲଦାରଙ୍କ ଠାରୁ ଆରମ୍ଭ କରି ମାନ୍ୟବର ଜିଲ୍ଳାପାଳ ପର୍ଯ୍ୟନ୍ତ ସମସ୍ତ ଅଫିସରେ ଅଭିଯୋଗ ହୋଇଥିଲା । ଏହା ଫଳରେ ଗତ ତା ୦୭/୦୭/୧୮ରେ  ଜାମସେଠ ଆର ଆଇ ଲୋକନାଥ ସିଦାର ଓ ରେଭ୍ୟୁନୁ ସୁପରଭାଇଜର ମଙ୍ଗଳୁ ସାନବର୍ଷ  ପ୍ଳଟ ନଂ ୩୫୭ ଉପରେ ମିଳିତ ଅନୁସନ୍ଧାନ କରି  ଦର୍ଶାଇଥିଲେ ଯେ ଉକ୍ତ ଆଠ ଡିସିମିଲ ଜମି ପ୍ରକୃତରେ ରାସ୍ତା ନିର୍ମାଣରେ ସମ୍ପୂର୍ଣ୍ଣ ଭାବେ ଯାଇଛି ଏବଂ ଏହି ଜମିରେ ତିନି ବଖରା ମାର୍କେଟ କମ୍ପ୍ଲେକ୍ସ ,ଗୋଟିଏ ଗୋଦାମ ଘର ଓ ବାରଣ୍ଡା ରହିଛି । ତହସିଲଦାର ଏହି ରିପୋର୍ଟକୁ ପତ୍ରାଙ୍କ ନଂ ୧୮୩୮ ତା ୦୭/୦୭/୧୮ ମାଧ୍ୟମରେ ଉପଜିଲ୍ଲାପାଳ ନିକଟକୁ ପଠାଇଥିଲେ । ପୂର୍ତ୍ତବିଭାଗ ପରବର୍ତ୍ତୀ ବିଜ୍ଞପ୍ତି ପତ୍ରସଂଖ୍ୟା -୪୨୯୪ ତା ୧୬/୦୮/୨୦୧୯ ରେ ପୁଣି ସେମାନେ ଜମି ପ୍ଳଟ ନଂ- ୩୫୭ର ନାମ ଆସିଲା ନାହିଁ ।ଫଳରେ ପୁଣି ସେମାନେ ତହସିଲଦାର ପାଇକମାଳକୁ ଜଣାଇଥିଲେ ଏବଂ ଗତ ତା ୦୭/୦୭/୧୮ରେ ହୋଇଥିବା ଜଏଣ୍ଟ ଇନକ୍ବାରୀର ରିପୋର୍ଟ ମାଗିଲେ । କିନ୍ତୁ ଦୁଃଖର ବିଷୟ ଏହି ତଦନ୍ତ ରିପୋର୍ଟ କୌଣସି ଅଫିସରେ ମିଳିଲା ନାହିଁ ।ଗ ତ ତା ୨୬/୦୮/୧୯ରେ ପୁଣି ସେମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ  । ପୂର୍ବରୁ ତା ୨୩/୦୬/୧୮ରେ ଜିଲ୍ଲାପାଳଙ୍କ ନିକଟରେ ସମ୍ମାନ ଅଭିଯୋଗ ହୋଇଥିଲା କିନ୍ତୁ ଅଭିଯୋଗର ରିପୋର୍ଟ ମଧ୍ୟ ଜିଲ୍ଳାପାଳ ନିକଟକୁ ଯାଇନଥିଲା । ଜଣେ ବ୍ୟକ୍ତି ଯଦି ବାରମ୍ବାର ନ୍ୟାୟ ପାଇଁ ଏହିପରି ହଇରାଣ ହେବ ଏବଂ ଜଏଣ୍ଟ ଇନକ୍ବାରୀ ଭଲି ମୁଖ୍ୟ କାଗଜପତ୍ର ଯଦି ଗାଏବ ହେବ ତେବେ ଓଡ଼ିଶା ସରକାରଙ୍କ ନୀତି ନିୟମ କିଛି ନାହିଁ ବୋଲି  ସେ କହିଛନ୍ତି ।  ଏନେଇ ପୂର୍ତ୍ତ ବିଭାଗ ଏସଡିଓ ଜିତେନ୍ଦ୍ର ମେହେରଙ୍କୁ ପଚାରିବାରୁ   ଶ୍ରୀ ବିଶ୍ବାଳଙ୍କ ଜମି ପୂର୍ବ ରାସ୍ତାରେ ଅଛି ଓ ତାଙ୍କ ପାପ୍ୟ ମିଳିଯିବ ବୋଲି କହିଛନ୍ତି। ପାଇକମାଳ ତହସିଲଦାର ମନୋଜ ମେହେରଙ୍କୁ ପଚାରିବାର ମୁଁ ଏଠାକୁ ଆସିବା ପୂର୍ବର ଘଟଣା  ଏହା ପୁର୍ବର ମଧ୍ୟ ଉକ୍ତ ଜାଗା ୪ଥର ମପା ହୋଇଛି ଏବେ ମତେ ଅଭିଯୋଗ କରିଛି ବୋଲି କହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories