www.samajalive.in
Saturday, December 6, 2025
26.1 C
Bhubaneswar

ଆମେରିକାର ଚେତାବନୀ: ଇରାନ ପ୍ରତିଆକ୍ରମଣ କଲେ ଆମେ ଇସ୍ରାଏଲକୁ ସୁରକ୍ଷା ଦେବୁ

ସମାଜ ଡିଜିଟାଲ ଡେସ୍କ: ଇରାନ ଉପରେ ଇସ୍ରାଏଲ ବଡ଼ ଧରଣର ଆକ୍ରମଣ କରିବା ପରେ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇରାନ ଚୁପ ରହିବ ନା ପ୍ରତିଆକ୍ରମଣ କରିବ ତାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ ଆମେରିକା ପକ୍ଷରୁ ଚେତାବନୀ ଦିଆଯାଇଛି। ଇସ୍ରାଏଲ ଉପରେ ଆକ୍ରମଣ ହେଲେ ଆମେରିକା ଇସ୍ରାଏଲକୁ ସୁରକ୍ଷା ଦେବ ବୋଲି ଘୋଷଣା କରିଛି। ଏହି ଘୋଷଣା ଇରାନ ପାଇଁ ଏକ ବଡ଼ ଚେତାବନୀ ବୋଲି କୁହାଯାଉଛି।

ଇସ୍ରାଏଲ ଗଣମାଧ୍ୟମ ଅନୁସାରେ, ଆମେରିକା ପକ୍ଷରୁ ଇରାନକୁ ପ୍ରତିଆକ୍ରମଣ ନ କରିବାକୁ କୁହାଯାଇଛି। ହ୍ବାଇଟହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଇସ୍ରାଏଲ ସମାନୁପାତ ଭାବେ ଆକ୍ରମଣ କରିଛି। ପ୍ରଥମେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିବାରୁ ଇସ୍ରାଏଲ ଏହାର ଜବାବ ଦେଇଛି। ଏହା ପରେ ଇରାନ ନୀରବ ରହିବା ଉଚିତ। ଉଭୟ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବା ଆବଶ୍ୟକ। ଅନ୍ୟଥା ଇରାନ ପ୍ରତିଆକ୍ରମଣ କଲେ ଆମେ ଇସ୍ରାଏଲକୁ ସୁରକ୍ଷା ଦେବୁ।

- Advertisement -

ସେପଟେ ଇସ୍ରାଏଲ ଇରାନକୁ ଧମକ ଦେଇ କହିଛି ଯେ, ଯଦି ଇରାନ ପ୍ରତିଆକ୍ରମଣ କରିବାକୁ ଉଦ୍ୟମ କରେ, ତେବେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ଆଇଡିଏଫ  (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ମୁଖପାତ୍ର କହିଛନ୍ତି, ଇରାନ ଇସ୍ରାଏଲ ବିରୋଧରେ ମାସକ ଆଗରୁ ଆମ୍ରଣ କରିଥିଲା। ଏହାର ଜବାବରେ ଇସ୍ରାଏଲ ପକ୍ଷରୁ ଇରାନର ସୈନ୍ୟ ଠିକଣା ଉପରେ ଆକ୍ରମଣ ହୋଇଛି। ବିଶ୍ଵର ସମସ୍ତ ରାଷ୍ଟ୍ରପତି ଇସ୍ରାଏଲକୁ ବି ଜବାବ ଦେବାର ଅଧିକାର ରହିଛି। ଇସ୍ରାଏଲ ଏବଂ ଏହାର ଜନତାଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା ନିଶ୍ଚିତ ଭାବେ କରିବୁ ବୋଲି ଆଇଡିଏଫ ପକ୍ଷରୁ କୁହାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories