www.samajalive.in
Tuesday, December 9, 2025
23.1 C
Bhubaneswar

ତାଲିବାନ ପଟୁ ବଢିଲା ଆକ୍ରମଣ ଆଶଙ୍କା; ଆମେରିକା ନାଗରିକ କାବୁଲ ବିମାନ ବନ୍ଦର ଫାଟକରୁ ଦୂରକୁ ଚାଲିଯିବାକୁ ସତର୍କସୂଚନା ଜାରି

ୱାଶିଂଟନ: କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ଫାଟକ ନିକଟରୁ ତୁରନ୍ତ ଦୂରକୁ ଚାଲିଯିବାକୁ ଆମେରିକା ବୈଦେଶିକ ବିଭାଗ ନିଜ ଦେଶର ନାଗରିକଙ୍କୁ ସତର୍କ ସୂଚନା ଜାରି କରିଛି। ତାଲିବାନ ପଟୁ ଆକ୍ରମଣ ଆଶଙ୍କା ବୃଦ୍ଧି ଦୃଷ୍ଟିରୁ ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଛି। ଆମେରିକା ଦୂତାବାସ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ କାବୁଲ ବିମାନ ବନ୍ଦରର ଆବେ ଫାଟକ, ପୂର୍ବ ପଟ ଫାଟକ ଏବଂ ଉତ୍ତର ଫାଟକ ନିକଟରେ ଥିବା ଆମେରିକା ନାଗରିକ ତୁରନ୍ତ ସେହି ସମସ୍ତ ସ୍ଥାନଛାଡି ଦୂରକୁ ଚାଲିଯାଆନ୍ତୁ। କାବୁଲ ବିମାନ ବନ୍ଦରରେ ଆକ୍ରମଣ ବିପଦ ଆଶଙ୍କା ରହିଥିବାରୁ ଆମେରିକା ନାଗରିକ ସଂପ୍ରତି ବିମାନ ବନ୍ଦରକୁ ଆସନ୍ତୁ ନାହିଁ। ସେମାନଙ୍କୁ ଆମେରିକା ସରକାରଙ୍କ ନିକଟରୁ ବ୍ୟକ୍ତିଗତ ଭାବେ ବିମାନ ବନ୍ଦରକୁ ଆସିବାକୁ ସୂଚନା ଦିଆନଯିବା ପର୍ଯ୍ୟନ୍ତ ସେମାନେ ସେଠାରୁ ଦୂରେଇ ରହିବା ଜରୁରୀ ହୋଇପଡିଛି। ଇତିମଧ୍ୟରେ ତାଲିବାନ ଆତଙ୍କିମାନେ କାବୁଲ ବିମାନ ବନ୍ଦର ବାହାରେ ସେମାନଙ୍କ ଉପସ୍ଥିତି ବୃଦ୍ଧି କରିବା ସହିତ ଉକ୍ତ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇସାରିଛନ୍ତି। ଏହାଦ୍ୱାରା ଆଫଗାନିସ୍ତାନରୁ ବହୁ ସଂଖ୍ୟାରେ ଲୋକଙ୍କୁ ବିମାନ ବନ୍ଦର ଦେଇ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି।

ପେଣ୍ଟାଗନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଆମେରିକା ନାଗରିକଙ୍କୁ ସେଠାରୁ ନିରାପଦରେ ଫେରାଇ ଆଣିବାକୁ ଆମେରିକା ପ୍ରଶାସନ ସମସ୍ତ ଉଦ୍ୟମ କରୁଛି। ସେମାନଙ୍କ ସହିତ ଆମେରିକା ସୈନ୍ୟ, ଦୂତାବାସରେ କାମ କରୁଥିବା କର୍ମଚାରୀ, ସେମାନଙ୍କୁ ସହଯୋଗ କରୁଥିବା ସ୍ଥାନୀୟ ନାଗରିକ ଏବଂ ସେମାନଙ୍କ ସମର୍ଥକଙ୍କୁ ମଧ୍ୟ ସେଠାରୁ ଆଣିବା ବ୍ୟବସ୍ଥା କରାଯାଉଛି। ପେଣ୍ଟାନଗର ପ୍ରେସ ସଚିବ ଜନ କିର୍ବି କହିଛନ୍ତି, ତାଲିବାନ ଆତଙ୍କିମାନେ ବିମାନ ବନ୍ଦର ପ୍ରବେଶ ପଥ ଏବଂ ଏହା ଚାରିପଟେ ନିଜ ନିୟନ୍ତ୍ରଣକୁ ଅଧିକ ଜୋରଦାର କରିବା ଫଳରେ ବିମାନ ବନ୍ଦର ମଧ୍ୟକୁ ସାଧାରଣ ଲୋକ ପ୍ରବେଶ କରିବା କଷ୍ଟକର ହୋଇପଡିଛି। ଅଗଷ୍ଟ ୩୧ ପରଠାରୁ ଆମେରିକା ସରକାର ଆଉ କାବୁଲ ବିମାନ ବନ୍ଦର ପରିଚାଳନା ଦାୟିତ୍ୱ ନେବେନାହିଁ ବୋଲି କିର୍ବି ସ୍ପଷ୍ଟ କରିଦେଇଛନ୍ତି। ଆମେରିକା ଦୂତାବାସ ସଂପ୍ରତି ବିମାନ ବନ୍ଦର ଭିତରେ କାର୍ଯ୍ୟ କରୁଛି। ସେହିଭଳି ତୁର୍କୀର ଦୂତାବାସ ମଧ୍ୟ ସଂପ୍ରତି ବିମାନ ବନ୍ଦର ମଧ୍ୟରେ ରହି ପରିଚାଳିତ ହେଉଛି। ସେମାନେ ସେଠାରୁ ନାଗରିକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାରେ ସହାୟତା କରୁଛନ୍ତି। ଇତିମଧ୍ୟରେ ତାଲିବାନର ଜଣେ ମୁଖପାତ୍ର ଆଫଗାନ ନାଗରିକଙ୍କୁ ଦେଶ ଛାଡି ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଘୋଷଣା କରିଛନ୍ତି।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories