www.samajalive.in
Saturday, December 6, 2025
16.1 C
Bhubaneswar

ଇସ୍କୋ ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

-କାରଖାନା ପରିଚାଳନା ନେଇ ବିଭାଗୀୟ ଅଫିସରଙ୍କ ସହ ସମୀକ୍ଷା, -କାରଖାନା କ୍ଷମତାର ଶତପ୍ରତିଶତ ବ୍ୟବହାର ଉପରେ ଗୁରୁତ୍ୱାରୋପ

କଲକତା/ଭୁବନେଶ୍ୱର : କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତିନିଦିନିଆ ପଶ୍ବିମବଙ୍ଗ  ଗସ୍ତ କରି ପ୍ରଥମ ଦିନରେ ଷ୍ଟିଲ୍‍ ଅଥୋରିଟି ଅଫ୍‍ ଇଣ୍ଡିଆ ତଥା ସେଲ୍‌ଫର ବର୍ନପୁର ସ୍ଥିତ ଇସ୍କୋ ଇସ୍ପାତ କାରଖାନା ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କରିବା ସହ ବିଭାଗୀୟ ଅଫିସର ମାନଙ୍କ ସହ ପରିଚାଳନା କାର୍ଯ୍ୟର ସମୀକ୍ଷା କରିଛନ୍ତି।

- Advertisement -

ଇସ୍କୋ ଇସ୍ପାତ କାରଖାନା ଦେଶର ଅନ୍ୟତମ ସର୍ବପୁରାତନ ପ୍ରତିଷ୍ଠିତ ଇସ୍ପାତ୍‍ କାରଖାନା ମଧ୍ୟରୁ ଅନ୍ୟତମ ଏବଂ ଏହି କାରଖାନା ପୂର୍ଣ୍ଣକାଳୀନ ସମନ୍ୱିତ ଇସ୍ପାତ କାରଖାନା ଭାବେ କାର୍ଯ୍ୟକ୍ଷମ। ଶ୍ରୀ ପ୍ରଧାନ ଏହି କାରଖାନାର ସମସ୍ତ କାର୍ଯ୍ୟ, ପରିଚାଳନା ଦେଖିବା ପରେ କାରଖାନାର ଉତ୍ପାଦନ, ଦକ୍ଷତା ଏବଂ ପରିଚାଳନାର ଲାଭ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ କାରଖାନା କ୍ଷମତାର ଶତପ୍ରତିଶତ ବ୍ୟବହାର କରିବା ଉପରେ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେବା ସହ ଗୁରୁତ୍ୱାରୋପ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ପରିଦର୍ଶନ ବେଳେ ଶ୍ରୀ ପ୍ରଧାନ କାରଖାନାରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ସହ କଥା ହେବା ସହ ସେମାନଙ୍କର କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories