www.samajalive.in
Sunday, December 7, 2025
26.1 C
Bhubaneswar

ରାମଚଣ୍ଡୀ ବେଳାଭୂମିରେ ୨ୟ ବିମଷ୍ଟେକ୍‍ ବିପର୍ଯ୍ୟୟ ପ୍ରଶମନ କୌଶଳ ପ୍ରଦର୍ଶନ ଶିବିର

କୋଣାର୍କ :  ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଓ ଅନ୍ୟାନ୍ୟ ଅର୍ଦ୍ଧସାମରିକ ବଳ  ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ବୁଧବାର କୋଣାର୍କର ରାମଚଣ୍ଡୀ ବେଳାଭୂମିରେ ଦ୍ୱିତୀୟ ବିମଷ୍ଟେକ୍‍ ବିପର୍ଯ୍ୟୟ ପ୍ରଶମନ କୌଶଳ ପ୍ରଦର୍ଶନ ଶିବିର ଅନୁଷ୍ଠିତ ହୋଇଛି। ଏହାକୁ ଉଦ୍‍ଘାଟନ କରି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଭାରତର ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିମଷ୍ଟେକରେ ସାମିଲ୍‍ ୭ଟି ଦେଶରେ ପ୍ରାୟ ୬୦ଟି ବିରଳ ଐତିହାସିକ କୀର୍ତ୍ତିରାଜି ରହିଥିବାରୁ ସେଗୁଡ଼ିକର ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ। ବିପର୍ଯ୍ୟୟ କାଳରେ କିପରି ସେ ଗୁଡ଼ିକୁ ସୁରକ୍ଷିତ ଭାବେ ରକ୍ଷା କରାଯିବ, ତା’ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲେ।

ଓଡ଼ିଶାରେ ଚାଲିଥିବା ଏହି ଦ୍ୱିତୀୟ ବିମ୍‍ଷ୍ଟେକ୍‍ ସମ୍ମିଳନୀ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ପାରସ୍ପରିକ ବିପର୍ଯ୍ୟୟ ପ୍ରଶମନ କୌଶଳ ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିପାରିବ। ଏଥିରେ ଭାରତ ସମେତ ନେପାଳ, ମ୍ୟାଁମାର, ବାଂଲାଦେଶ, ଶ୍ରୀଲଙ୍କା ଆଦି ଦେଶ ତଥା ଭାରତର ବିଭିନ୍ନ ରାଜ୍ୟରୁ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଏହା ଆସନ୍ତାକାଲି ଉଦ୍‍ଯାପିତ ହେବ।

- Advertisement -
Image Source : PIB

ସୂଚନାଯୋଗ୍ୟ, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରଠାରେ ଏହି ତିନିଦିନିଆ ବିମ୍‍ଷ୍ଟେକ୍‍ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ ସମ୍ମିଳନୀକୁ ଉଦ୍‍ଘାଟନ କରିଥିଲେ। ବିମଷ୍ଟେକ୍‍ର ଏହି ସମସ୍ତ କାର୍ଯ୍ୟକ୍ରମରେ ଜାତୀୟ ବିପର୍ଯ୍ୟୟ ପ୍ରଶମନର ବାହିନୀର ମହାନିର୍ଦେଶକ ସତ୍ୟନାରାୟଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories