www.samajalive.in
Wednesday, December 10, 2025
26.1 C
Bhubaneswar

ଇଣ୍ଡିଆନ ଅଏଲର ଅତ୍ୟାଧୁନିକ ଲ୍ୟୁବ୍ରିକାଣ୍ଟ ପ୍ଳାଣ୍ଟର ଲୋକାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ

-ଉର୍ଜା ଅଭିବୃଦ୍ଧିର ସବୁଠାରୁ ଲାଭ ପାଇବା ରାଜ୍ୟ ମଧ୍ୟରେ ରହିବ ଓଡିଶା ଓ ପଶ୍ଚିମବଙ୍ଗ
-ଇଣ୍ଡିଆନ ଅଏଲର ପଦକ୍ଷେପକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଲେ
-ଆଗାମୀ ଦିନରେ ମୁମ୍ବାଇ ଏବଂ ଚେନ୍ନାଇରେ ପ୍ରତିଷ୍ଠା ହେବ ଏଭଳି ପ୍ଳାଣ୍ଟ
-ପୂର୍ବ ଭାରତର ତ୍ୱରିତ ବିକାଶ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ
-ବିଶ୍ୱସ୍ତରୀୟ ଲ୍ୟୁବ୍ରିକାଂଟ୍‍ ପାଇବାରେ ଭାରତକୁ ଆତ୍ମନିର୍ଭର କରିବ
-ଭାରତର ଇନ୍ଧନ କ୍ଷେତ୍ରରେ ଥିବା ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର :  ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ପେଟ୍ରେଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗସ୍ତର ଦ୍ୱିତୀୟ ଦିନରେ ଇଣ୍ଡିଆନ ଅଏଲର ଅତ୍ୟାଧୁନିକ ଲ୍ୟୁବ୍ରିକାଣ୍ଟ ପ୍ଳାଣ୍ଟର ଲୋକାର୍ପଣ କରିବା ସହ ଏହି ପ୍ଳାଣ୍ଟ ପୂର୍ବ ଭାରତର ସାମାଜିକ ଓ ଅର୍ଥନୈତିକ ବିକାଶର ଗେମ୍‍ଚେଞ୍ଜର ହେବ ଏବଂ ବିଶ୍ୱସ୍ତରୀୟ ଲ୍ୟୁବ୍ରିକାଣ୍ଟ ପାଇବାରେ ଭାରତକୁ ଆତ୍ମନିର୍ଭର କରିବ ବୋଲି ସେ କହିଛନ୍ତି।
ଏହି ପ୍ଳାଣ୍ଟ ପାଇଁ ଇଣ୍ଡିଆନ ଅଏଲର ପଦକ୍ଷେପକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ
ପୂର୍ବୋଦୟ ଦୃଷ୍ଟିକୋଣରେ ଥିବା ପୂର୍ବ ଭାରତର ତ୍ୱରିତ ବିକାଶ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଇଣ୍ଡିଆନ ଅଏଲ ଦ୍ୱାରା ନିର୍ମିତ ସର୍ଭୋ ଲ୍ୟୁବ୍ରିକାଣ୍ଟ ବିଶ୍ୱସ୍ତରୀୟ ସ୍ୱଦେଶୀ ନିର୍ମିତ ଲ୍ୟୁବ୍ରିକାଣ୍ଟ। ଯାହା ଆତ୍ମନିର୍ଭର ଭାରତର ବଡ଼ ଉଦାହରଣ। ସର୍ଭୋର ବିସ୍ତୃତ ସରାବରାହ କାରଣରୁ ଏହା ଅଟୋ ମୋବାଇଲ୍‍, ଶିଳ୍ପ, ସାମୁଦ୍ରିକ ଜାହାଜ, ରେଳବାଇ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ବିଶେଷ ବିଭାଗର ଆବଶ୍ୟକତାକୁ ପୂରଣ କରିଥାଏ।
ଏହି ଲ୍ୟୁବ୍ରିକାଣ୍ଟ ଭାରତର ଇନ୍ଧନ କ୍ଷେତ୍ରରେ ଥିବା ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବ। ଆଗାମୀ ଦିନରେ ମୁମ୍ବାଇ ଏବଂ ଚେନ୍ନାଇରେ ଲ୍ୟୁବ୍ରିକାଣ୍ଟ ପ୍ଳାଣ୍ଟ ପ୍ରତିଷ୍ଠା ହେବ। ଏହାର ଅଭିବୃଦ୍ଧି ଭଲ ରହିଛି। ବିଶ୍ୱରେ ଉର୍ଜା ଅଭିବୃଦ୍ଧିରେ ଭାରତ ଆଗରେ ରହିଛି। ଉର୍ଜାର ଅଭିବୃଦ୍ଧି କାରଣରୁ ଭାରତର ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଉତର ପୂର୍ବ ଅଞ୍ଚଳର ବିକାଶ ହେବ। ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶରେ କଳ୍ପନା କରିଛନ୍ତି। ଏ ଦିଗରେ ଏହି ପ୍ଳାଣ୍ଟ ବଡ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories