www.samajalive.in
Monday, December 8, 2025
24.1 C
Bhubaneswar

୬୧ ହଜାର କିଲୋମିଟର ଯାତ୍ରା କରି ୪୦ ଯବାନଙ୍କ ଘରୁ ସଂଗ୍ରହ କଲେ ମାଟି, ସ୍ମାରକ ସ୍ଥଳରେ ସ୍ଥାପନ ହେବ କଳସ

ଶ୍ରୀନଗର: ୨୦୧୯ ଫେବୃୟାରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଶୁକ୍ରବାର ଏହି ଘଟଣାକୁ ବର୍ଷେ ପୂରଣ ହୋଇଥିଲାବେଳେ ଶହୀଦ ଯବାନଙ୍କୁ ସମ୍ମାନ ଜଣାଇ ଶ୍ରୀନଗରରେ ଏକ ସ୍ମାରକୀ ନିର୍ମାଣ କରାଯାଉଛି। ଏହି ସ୍ମାରକୀ ସ୍ଥଳରେ ଶହୀଦ ଯବାନଙ୍କ ଘରର ମାଟି ଥିବା ଏକ କଳସ ସ୍ଥାପନା କରାଯିବ। ୪୦ ଶହୀଦ ଯବାନଙ୍କ ଘରକୁ ଯାଇ ମାଟି ସଂଗ୍ରହ କରିଥିବା ଉମେଶ ଗୋପୀନାଥ ଯାଦବ ଉକ୍ତ କଳସକୁ ଶୁକ୍ରବାର ସ୍ମାରକସ୍ଥଳକୁ ପ୍ରଦାନ କରିଛନ୍ତି।

ଉମେଶ କହିଛନ୍ତି, ପୁଲୱାମା ଶହୀଦଙ୍କ ଘରକୁ ଯାଇ ମାଟି ସଂଗ୍ରହ କରିଥିବାରୁ ଗର୍ବ ଅନୁଭବ କରୁଛି। ମୁଁ ସମସ୍ତ ଯବାନଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଲି ଏବଂ ସେମାନଙ୍କ ଆଶୀର୍ବାଦ ମାଗିଲି। ମା-ବାପା ନିଅ ପୁଅକୁ ହରାଇଦେଲେ, ସ୍ତ୍ରୀ ନିଜ ସ୍ବାମୀକୁ ହରାଇଲା, ପିଲାମାନେ ତାଙ୍କ ବାପାଙ୍କୁ ହରାଇଲେ, ସାଙ୍ଗସାଥୀ ସେମାନଙ୍କ ବନ୍ଧୁକୁ ହରାଇଲେ। ମୁଁ ସେମାନଙ୍କ ଘରୁ ଏବଂ ଶ୍ମଶାନରୁ ମାଟି ସଂଗ୍ରହ କରିଛି।

- Advertisement -

ସୂଚନାଯୋଗ୍ୟ, ଗତବର୍ଷ ୧୪ ଫେବୃୟାରୀରେ ସିଆରପିଏଫ ଯବାନଙ୍କ ଗାଡ଼ି ପୁଲୱାମା ଦେଇ ଯାଉଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ ଘଟାଇଥିଲେ। ଏଥିରେ ୪୦ ଯବାନ ଶହୀଦ ହୋଇଯାଇଥିଲେ। ଆଉ ଅନେକ ଯବାନ ଆହତ ହୋଇଥିଲେ। ପ୍ରାୟ ୨୫୦୦ ଯବାନ ଏକସମୟରେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories