www.samajalive.in
Saturday, December 6, 2025
26.1 C
Bhubaneswar

ଉତ୍ତରାଖଣ୍ଡ ବିପର୍ଯ୍ୟୟ: ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି, ତପୋବନ ଟନେଲରେ ଉଦ୍ଧାର କାର୍ଯ୍ୟ ଜୋରଦାର

ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ତପୋବନ ଶକ୍ତି ପ୍ରକଳ୍ପର ଏକ କାଦୁଅ ଭର୍ତ୍ତି ଟନେଲ୍ ଭିତରେ ଫସି ରହିଥିବା ପ୍ରାୟ ୩୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସେନା, ଏନଡିଆରଏଫ ସମେତ ବହୁ ସଂସ୍ଥା ଜୋରଦାର ଉଦ୍ୟମ ଜାରି ରଖିଥିବା ବେଳେ ହିମସ୍ଖଳନ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ସର୍ବଶେଷ ତଥ୍ୟ ଅନୁଯାୟୀ ରବିବାର ବିପର୍ଯ୍ୟୟ ପରେ ପ୍ରାୟ ୧୭୦ ଜଣ ଲୋକ ନିଖୋଜ ଅଛନ୍ତି। ଏନଡିଆରଏଫ ସୂଚନା ଅନୁଯାୟୀ, ଆଜି ସକାଳେ ରାଇନି ଗ୍ରାମରେ ଭାସି ଆସିଥିବା ଆବର୍ଜନାରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି।

ଶ୍ରମିକମାନେ ୧୨ ଫୁଟ ଉଚ୍ଚ ଏବଂ ପ୍ରାୟ ଅଢେଇ କିଲୋମିଟର ଲମ୍ବ ‘ହେଡ୍ ରେସ୍ ଟନେଲ୍’ରେ ଫସି ରହିଛନ୍ତି। ଆଇଟିବିପି ମୁଖପାତ୍ର ବିବେକ କୁମାର ପାଣ୍ଡେ କହିଛନ୍ତି, ରାତିସାରା ଆବର୍ଜନା ଏବଂ କାଦୁଅ ସଫା କରିବା ପରେ ୧୨୦ ମିଟର ଲମ୍ବା ଟନେଲର ପ୍ରବେଶ ପଥ ବର୍ତ୍ତମାନ ସ୍ପଷ୍ଟ ହୋଇଛି। ସେ କହିଛନ୍ତି, ଜମା ହୋଇଥିବା ଆବର୍ଜନାର ଉଚ୍ଚତା ହ୍ରାସ ପାଇଛି। ଟନେଲ ଭିତରେ ଗତି କରିବା ସମ୍ଭବ ହେବା ମାତ୍ରେ ଆଇଟିବିପି କର୍ମଚାରୀ ପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି।

- Advertisement -

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉଦ୍ଧାରକାରୀମାନେ ଭିତରେ ଅଟକି ରହିଥିବା ଲୋକଙ୍କ ସହ କୌଣସି ଯୋଗାଯୋଗ କରିପାରି ନାହାଁନ୍ତି କିନ୍ତୁ ସେମାନେ ଟନେଲ ଭିତରେ ଲୋକମାନେ ଜୀବିତ ଥିବେ ବୋଲି ଆଶାବାଦୀ ଅଛନ୍ତି। ଅନ୍ୟପକ୍ଷରେ ମାଲାରିରେ ଥିବା ଏକ ପୋଲ ଭାସିଯିବା କାରଣରୁ ୧୨ରୁ ଅଧିକ ଗାଁର ବାସିନ୍ଦାଙ୍କ ମଧ୍ୟରେ ହେଲିକପ୍ଟର ଯୋଗେ ରିଲିଫ ବଣ୍ଟନ କରାଯାଉଛି। ବେସରକାରୀ ଏବଂ ଭାରତୀୟ ବାୟୁସେନା ହେଲିକପ୍ଟରଗୁଡିକ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫୦୦ ଜନସଂଖ୍ୟା ବିଶିଷ୍ଟ ୧୩ଟି ଗାଁର ପ୍ରଭାବିତ ଅଞ୍ଚଳରେ ପ୍ରାୟ ୧୦୦ଟି ରାସନ କିଟ୍ ବଣ୍ଟନ କରିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories