www.samajalive.in
Wednesday, December 10, 2025
18.1 C
Bhubaneswar

ଉଜ୍ଜ୍ୱଳା ଯୋଜନା : କେନ୍ଦ୍ରାପଡ଼ାରେ ସିଲିଣ୍ଡର ଯୋଗାଣ ବନ୍ଦ ହୋଇନାହିଁଁ:ଆଇଓସିଏଲ୍‍

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‍ୟୁୱାଇ) ଅନ୍ତର୍ଗତ କେନ୍ଦ୍ରାପଡାରେ ଏଲ୍‍ପିଜି ସିଲିଣ୍ଡର ଯୋଗାଣ ବନ୍ଦ ହୋଇନାହିଁ। କେନ୍ଦ୍ରାପଡା ରାଜନଗରସ୍ଥିତ ଗ୍ୟାସ୍‍ ଏଜେନ୍ସି ଦ୍ୱାରା ଆବଣ୍ଟନରେ ହୋଇଥିବା ଅନିୟମିତତା ଅଭିଯୋଗ ଘଟଣାକୁ ଦୃଷ୍ଟିରେ ରଖି କେବଳ ୩-୪ ଦିନ ପିଏମ୍‍ୟୁୱାଇରେ ନୂଆ ସିଲିଣ୍ଡର ଆବଣ୍ଟନ ବନ୍ଦ ରହିଥିଲା। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଥିବା ଭାରତୀୟ ତୈଳ ନିଗମ ଲିମିଟେଡ୍‍ (ଆଇଓସିଏଲ୍‍)ର ଜିଏମ୍‍ ପ୍ରୀତିଶ ଭରତ କହିଛନ୍ତି।
ଉଜ୍ଜ୍ୱଳା ଯୋଜନାରେ ହୋଇଥିବା ଅନିୟମିତତା ଆଧାରରେ ଗଣମାଧ୍ୟମରେ କେନ୍ଦ୍ରାପଡାରେ ଏଲ୍‍ପିଜି ସିଲିଣ୍ଡର ଯୋଗାଣ ବନ୍ଦ ନେଇ ପ୍ରକାଶିତ ରିପୋର୍ଟକୁ ଆଇଓସିଏଲ ପକ୍ଷରୁ ଖଣ୍ଡନ କରାଯାଇଛି। ଏହି ପ୍ରସଙ୍ଗରେ ଆଇଓସିଏଲ୍‍ର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭରତ କହିଲେ, ପିଏମ୍‍ୟୁୱାଇରେ କେନ୍ଦ୍ରାପଡାରେ ଯେଉଁ ଅନିୟମିତତା ହୋଇଛି ତାହାର ଆମେ ତଦନ୍ତ କରୁଛୁ। ମାର୍କେଟିଂ ଡିସିପ୍ଲିନ୍‍ ଗାଇଡ୍‍ଲାଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହି ଘଟଣାକୁ ଆମେ ଗୁରୁତର ସହ ଗ୍ରହଣ କରିଛୁ। ରାଜନଗରର ସମ୍ପୃକ୍ତ ଗ୍ୟାସ୍‍ ଏଜେନ୍ସିକୁ ନିଲମ୍ବନ କରାଯାଇଛି। କେନ୍ଦ୍ରାପଡା ଜିଲାରେ ଉଜ୍ଜ୍ୱଳା ଯୋଜନାରେ ମୋଟ ୧,୧୫,୦୦୦ ସିଲିଣ୍ଡର ନିମନ୍ତେ ସଂଯୋଗ ଦିଆଯାଇଛି। ସେଠାରେ ୧୨୦୬ ଉଜ୍ଜ୍ୱଳା ଗ୍ୟାସ୍‍ ସଂଯୋଗରେ ଅନିୟମିତତା ହୋଇଥିଲା। ସେହି ଅଞ୍ଚଳରେ ଅନ୍ୟ ୪ ଗ୍ୟାସ୍‍ ଏଜେନ୍ସି ଗ୍ରାହକଙ୍କୁ ବର୍ତ୍ତମାନ ସେବା ଦେଉଛନ୍ତି। ୨୬ ଜଣିଆ ଏକ ଟିମ୍‍ ଏହି ଘଟଣାର ତଦନ୍ତ କରୁଛି। ଏମିତି ବି ଆମେ ତ୍ରୈମାସ ଭିତ୍ତିିରେ ଅଡିଟ୍‍ କରିଥାଉ। ଗୋଟିଏ ଏଜେନ୍ସିରେ ବର୍ଷକୁ ୪ଥର ଏଭଳି ଅଡିଟ୍‍ କରାଯାଇଥାଏ। ରାଜ୍ୟରେ ସମ୍ପ୍ରତି ୩୪ ଲକ୍ଷ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ରହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇଓସିଏଲ୍‍ର ଜିଏମ୍‍ (ଏଲ୍‍ପିଜି) ସଞ୍ଜୟ କୁମାର ଝା ,ଏଚ୍‍ପିସିଏଲ୍‍ (ଏଲ୍‍ପିଜି) ଧର୍ମେନ୍ଦ୍ର ବେହୁରା ଏବଂ ବିପିସିଏଲ୍‍ ରାଜ୍ୟ ମୁଖ୍ୟ (ଏଲ୍‍ପିଜି ଓଡ଼ିଶା ଏବଂ ଝାଡଖଣ୍ଡ) ସଞ୍ଜୟ ଶର୍ମା ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories