www.samajalive.in
Sunday, December 7, 2025
23.1 C
Bhubaneswar

ଉଦ୍ୟାନ କୃଷି ବିଭାଗରେ ଅନିୟମିତତା, ଉଚ୍ଚ ସ୍ତରୀୟ ତଦନ୍ତ ଦାବି

ପାଟଣା : ସାହାରପଡ଼ା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ୨୦୨୩-୨୪ ଆର୍ଥିକ ବର୍ଷରେ ଉଦ୍ୟାନ କୃଷି ବିଭାଗ, କେନ୍ଦୁଝର ତରଫରୁ ମନରେଗା ଯୋଜନାରେ ସ୍ଥାନୀୟ ଲୋକଙ୍କ ଜରିଆରେ କଲମୀ କାଜୁ ବୃକ୍ଷ ରୋପଣ କରାଯାଇ ଥିବାବେଳେ ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ପାଣି ଦେବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଦାୟୀତ୍ୱର ସହ କରାଯାଇ ନଥିବାରୁ ଗୋଟିଏ ବି ବୃକ୍ଷ ବଞ୍ଚି ନ ଥିବାର ଜଣା ପଡ଼ିଛି। ଗଛ ବଞ୍ଚିବା ପାଇଁ ଯଦି ଲଗା ଯାଇଥାନ୍ତା ତେବେ ତାହା ବଞ୍ଚିଥାନ୍ତା, ମାତ୍ର ଉଦ୍ୟାନ କୃଷି ବିଭାଗର କେଳେଙ୍କାରୀ ପାଇଁ ଏଭଳି ସରକାରୀ ଯୋଜନା ବିଫଳ ହୋଇଥିବା ବେଳେ କେବଳ ଅର୍ଥଶ୍ରାଦ୍ଧ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଉଦ୍ୟାନ କୃଷି ବିଭାଗର ଦାୟିତ୍ୱହୀନତା ଯୋଗୁଁ କୌଣସି ବୃକ୍ଷ ବଞ୍ଚି ନଥିବାର ଅଭିଯୋଗ ପାଇବା ପରେ ସାହାରପଡା ବ୍ଲକ ଅଧ୍ୟକ୍ଷା ରୀନା ନାୟକ, କେନ୍ଦୁଝର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, କେନ୍ଦୁଝର ସାଂସଦଙ୍କ ଉଦ୍ୟାନ କୃଷି ବିଭାଗର ପ୍ରତିନିଧି ଶିବାଜୀ ଗୌତମ ମହାନ୍ତ ବର୍ମା ଏବଂ ସାହାରପଡ଼ା ବ୍ଲକ ପ୍ରତିନିଧି ସୁଦର୍ଶନ ମହାନ୍ତ ସାହାରପଡ଼ା ବ୍ଲକର କୁଣ୍ଡଳା ପଞ୍ଚାୟତକୁ ବୁଲିବାକୁ ଯାଇ ଦେଖିବାକୁ ପାଇଥିଲେ ଯେ କୁଣ୍ଡଳାର ଖଡ଼ିବେଡା ଗ୍ରାମରେ ଯେଉଁ ୫ ହେକ୍ଟର ଯାଗାରେ କଲମୀ କାଜୁ ବୃକ୍ଷ ରୋପଣ ହୋଇଥିଲା ସେଠାରେ ଗୋଟିଏ ବି ଗଛ ଆଉ ବଞ୍ଚି ନାହିଁ । ଓଲଟି ସେଠାରେ ବର୍ତ୍ତମାନ ବର୍ଷା ଜଳ ସଂରକ୍ଷଣ ପାଇଁ ନୂଆ ଯୋଜନାରେ ଗାତ ଖୋଳା ଯାଇଛି ।

ସେହିପରି କୁଣ୍ଡଳା ଗ୍ରାମର ଝାଟିଆଳି ସାହିରେ ଯେଉଁ ୫.୫୦ ହେକ୍ଟର ଯାଗାରେ ଗଛ ଲାଗିଥିଲା ସେଠାର ବି ଗଛ ଆଉ ନାହିଁ । ସେହିପରି ଖଡ଼ିକାପଦା ଗ୍ରାମର ପୁରୁଣାପାଣି ଗ୍ରାମରେ ଯେଉଁ ୪ ହେକ୍ଟର ଯାଗାରେ ଗଛ ଲାଗିଥିଲା ସେଠାରେ ବି ଗୋଟିଏ ବି ଗଛ ନାହିଁ । ଓଲଟି ଏବେ ସେଠାର ଚିନାବାଦାମ ଚାଷ ପାଇଁ ଚାଷ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ସାହାରପଡ଼ା ବ୍ଲକରେ ସମୁଦାୟ ୪୨.୫ ହେକ୍ଟର ଜମିରେ କଲମୀ କାଜୁ ବୃକ୍ଷ ଲାଗିଥିବା ବେଳେ ଏବେ ଗୋଟିଏ ବି ଗଛ ନାହିଁ। ଏ ବାବଦରେ ଉପରୋକ୍ତ ଜାଗାର ଉଦ୍ୟାନ ସାଥି ଶତ୍ରୁଘନ ମହାନ୍ତ, ଘନଶ୍ୟାମ ମହାନ୍ତଙ୍କୁ ପଚାରିବାରୁ ଗାତ ଖୋଳିବା ଏବଂ ଗଛ ଲଗାଇବା ପାଇଁ ମଜୁରି ମନରେଗା ଯୋଜନାରେ ଦେବା ପରେ ବାଡ ବୁଜିବା, ପାଣି ଦେବା ଏବଂ ଜଗିବା ପାଇଁ ମନରେଗା ଯୋଜନାରୁ କୌଣସି ଅର୍ଥ ନ ଦେବାରୁ ଏଭଳି ପରିସ୍ଥିତି ହେଲା ବୋଲି ସେମାନେ ପ୍ରକାଶ କରିଥିଲେ। ଉଦ୍ୟାନ କୃଷି ବିଭାଗର ସାହାରପଡ଼ା ସହକାରୀ ଉଦ୍ୟାନ ଅଧିକାରୀ ସସ୍ମିତା ନାୟକ, ଏଚ ଓ ମହେନ୍ଦ୍ର କୁମାର ମହାନ୍ତ ଏବଂ ଏଚ ଇ ଓ ମୋହିତ କୁମାର ମହାନ୍ତଙ୍କୁ ଏ ବାବଦରେ ପଚାରିବାରୁ ସେମାନେ ଡି ଡି ଏଚ ଅଫିସକୁ ବାରମ୍ବାର ଏମ ଆର ମାଗିବା ପରେ ମଧ୍ୟ ନମିଳିବାରୁ ଏଭଳି ପରିସ୍ଥିତି ଉପୁଜିଲା ବୋଲି ପ୍ରକାଶ କରିଥିଲେ। କେନ୍ଦୁଝର ସାଂସଦଙ୍କ ଉଦ୍ୟାନ କୃଷି ବିଭାଗର ପ୍ରତିନିଧି ଶିବାଜୀ ଗୌତମ ମହାନ୍ତ ବର୍ମା ପ୍ରକାଶ କରିଥିଲେ ଯେ ଖାଲି ସାହାରପଡା ବ୍ଲକ ନୁହଁ ପାଟଣା ବ୍ଲକ, ସଦର ବ୍ଲକ, ବାଂଶପାଳ ବ୍ଲକ ,ଘଟଗାଁ ବ୍ଲକ ,ତେଲକୋଇ ବ୍ଲକ, ହରିଚନ୍ଦନପୁର ବ୍ଲକ ସବୁଠାରେ ଏହି ସମାନ ଘଟଣା ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାରେ ୨୦୨୩-୨୪ ରେ ପ୍ରାୟ ୫୦୦ ହେକ୍ଟର ଜମିରେ କଲମୀ କାଜୁ ଗଛ ଲାଗିଥିବା ବେଳେ ଏବେ କେତୋଟି ଯାଗାରେ ଗଛ ଅଛି ତାହାର ତଦନ୍ତ ହେବାର ଆବଶ୍ୟକତା ଅଛି। ପାଟଣା ଏଵଂ ସଦର ଏ ଏଚ ଓ ତପନ କୁମାର ସେଠୀଙ୍କୁ ତାଙ୍କ ବ୍ଲକରେ କେତେ ଯାଗାରେ ଗଛ ବଞ୍ଚିଛି ଜଣା ନାହିଁ ।ଅଥଚ ପାଟଣା ବ୍ଲକର ରାଜନଗର ପଞ୍ଚାୟତର ନୂଆଗାଁ ଗ୍ରାମ ଏଵଂ ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ପଞ୍ଚାୟତର କୁଞ୍ଜରବାହାଳ ଗ୍ରାମ ଏଵଂ ରଘୁନାଥପୁର ପଞ୍ଚାୟତର ବଡପଶି ଗ୍ରାମରେ ହୋଇଥିବା ବୃକ୍ଷ ରୋପଣରେ କୌଣସି ଗଛ ବଞ୍ଚି ନଥିବା ବର୍ମା ପ୍ରକାଶ କରିଥିଲେ ଏଵଂ ଏଥି ନିମନ୍ତେ ଦାୟୀ ଥିବା ଅଧିକାରୀ ମାନଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିବେ ବୋଲି ପ୍ରକାଶ କରିଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories