www.samajalive.in
Saturday, December 6, 2025
19.1 C
Bhubaneswar

ଉଦ୍ଧବ ସରକାରଙ୍କ ନିର୍ଦେଶ: ୩ ମାସ ପର୍ଯ୍ୟନ୍ତ ଭଡ଼ାଟିଆଙ୍କୁ ଭଡ଼ା ମାଗିବେ ନାହିଁ ଘର ମାଲିକ

ମୁମ୍ବାଇ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ କରୋନା ସଙ୍କଟକାଳରେ ଭଡ଼ାଟିଆଙ୍କଠାରୁ ଭଡ଼ା ଆଦାୟ ନ କରିବା ପାଇଁ ଅନୁରୋଧ କରିଛନ୍ତି । ଦିଲ୍ଲୀ  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଅନୁରୂପ ଅପିଲ୍ କରିଛନ୍ତି । ଏପରିକି ଯେଉଁମାନେ ବାସ୍ତବରେ ଗରିବ ଓ ଭଡ଼ା ଦେବା ପାଇଁ ଅକ୍ଷମ ସେମାନଙ୍କ ପାଇଁ ସରକାର ଭଡ଼ା ପଇଠ କରିବେ ବୋଲି କେଜରିୱାଲ ସରକାର ପ୍ରସ୍ତାବ ରଖିଛନ୍ତି । ମାତ୍ର ମହାରାଷ୍ଟ୍ର ସରକାର ଏଥିପାଇଁ ସରକାରୀ ନିର୍ଦେଶନାମା ଜାରି କରିଛନ୍ତି । ୩ ମାସ ପାଇଁ କୌଣସି ଘର ମାଲିକ ସେମାନଙ୍କ ଭଡ଼ାଟିଆଙ୍କୁ ଭଡ଼ା ମାଗିବେ ନାହିଁ । ଏହା ସହ ଏହି ସମୟରେ କୌଣସି ଭଡ଼ାଟିଆଙ୍କୁ ଘରୁ ବାହାର କରି ପାରିବେ ନାହିଁ । ଏପରିକି ଘରଭଡ଼ା ଦେଇ ନ ପାରିଲେ ବି ଘରମାଲିକ ଭଡ଼ାଟିଆଙ୍କୁ ଘରୁ ଯିବା ପାଇଁ କହିପାରିବେ ନାହିଁ । ନିର୍ମାଣ ବିଭାଗ ମୁଖ୍ୟ ସଚିବ ସଞ୍ଜୟ କୁମାର ଏ ସଂକ୍ରାନ୍ତରେ ଏକ ନିର୍ଦେଶନାମା ସରକାରଙ୍କ ପକ୍ଷରୁ ପ୍ରଦାନ କରିଛନ୍ତି । 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories