www.samajalive.in
Saturday, December 6, 2025
26.1 C
Bhubaneswar

ବର୍ଷା: ଅବତରଣ ବେଳେ ରନୱେରୁ ଖସିଗଲା ୨ ବିମାନ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା

ନୂଆଦିଲ୍ଲୀ: ବର୍ଷାରେ ଭିଜିଥିବା ରନୱେରେ ଅବତରଣ କରିବା ସମୟରେ ଦୁଇଟି ବିମାନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ସୁରଟ  ଏବଂ ମାଙ୍ଗାଲୁରୁ ବିମାନବନ୍ଦରରେ ଏପରି ଘଟଣା ଘଟିଛି। ସୂଚନା ମୁତାବକ, ଭୋପାଳରୁ ସୁରଟରେ ପହଞ୍ଚିଥିବା ସ୍ପାଇସ୍‌ଜେଟର ଏକ ବିମାନ ଅବତରଣ କରିବା ସମୟରେ ରନୱେରୁ ଖସିଯାଇଥିଲା। ବିମାନଟି ରନୱେରୁ ବାହାରି ସେଫଟି ଏରିଆକୁ ଚାଲିଯାଇଥିଲା। ବର୍ଷା ଯୋଗୁ ସେଫଟି ଏରିଆ କାଦୁଅ ହୋଇଥିବାରୁ ବିମାନ ଚକ ମାଟିରେ ଫସିଯାଇଥିଲା। ଫଳରେ ବିମାନଟି ଅଟକି ଯାଇଥିଲା। ଏହି ସମୟରେ ବିମାନରେ ୪୭ ଯାତ୍ରୀ ଏବଂ କର୍ମଚାରୀ ଥିଲେ। ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି।

ସେହିପରି ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ଏକ ବିମାନ ମାଙ୍ଗାଲୁରୁରେ ପହଞ୍ଚି ରନୱେରେ ଅବତରଣ କରିବା ବେଳେ ଅନୁରୂପ ଘଟଣା ଘଟିଥିଲା। ବିମାନ ଚକ ରନୱେରୁ ଖସିଯାଇ ଖୋଲା ପଡ଼ିଆକୁ ଚାଲିଯାଇଥିଲା।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories