www.samajalive.in
Sunday, December 7, 2025
16.1 C
Bhubaneswar

ଜେଲରୁ ୨ ବିଚାରାଧିନ କଏଦୀ ଫେରାର ଘଟଣା, ଜେଲ ଡିଆଇଜିଙ୍କ ତଦନ୍ତ

ଟିଟିଲାଗଡ଼ : ଟିଟିଲାଗଡ଼ ଉପକାରାଗାରରୁ ଦୁଇ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ହେବା ଘଟଣା ନେଇ ଆଜି ଜେଲ ବିଭାଗ ଡିଆଇଜି କୁଳମଣି ବେହେରା ସରଜମିନ ତଦନ୍ତ କରିଛନ୍ତି । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା ଏବଂ କେସିଙ୍ଗା ଡାକ୍ତରଖାନା ପରିସରରେ ଜଣେ ଶିଶୁକୁ କୂଅରେ ଫିଙ୍ଗି ମାରିଦେଵା ଅଭିଯୋଗରେ ଗିରଫ ସୁମିତ ବିହାରୀ ଜେଲରୁ ଫେରାର ମାରିଛନ୍ତି। ଶନିବାର ରାତ୍ରୀ ପ୍ରାୟ ୮ଟାରେ ପାଚେରୀ ଜେଲ ଡେଇଁ ଉଭୟେ ଫେରାର ମାରିଥିବା ଜେଲର ଚୈତନ୍ୟ ପ୍ରଧାନ କହୁଛନ୍ତି ।

ତେବେ ଉଭୟେ ଜେଲରଙ୍କ ଅତି ବିଶ୍ୱସ୍ତ ହୋଇଥିବା ନେଇ ବିନା ବାଧାରେ ଜେଲ ଭିତରେ ଓ ବାହାରେ ବିଚରଣ କରୁଥିବା ଆଲୋଚନା ହୋଇଛି । ଏପରିକି ଶୋଭାବନ ଜେଲ ପାଚେରୀ ବାହାରେ ଥିବା ଜେଲରଙ୍କ ଘର କାମ କରୁଥିବା ଜଣାଯାଇଛି । ସେଭଳି ସୁମିତ ଜେଲରେ ସର୍ଦ୍ଦାର ଭଳି ଥିଲେ। ତାଙ୍କ ଇସାରାରେ ସବୁ କିଛି ଚାଲୁଥିଲା ବୋଲି ଆଲୋଚନା ହେଉଛି । ଏନେଇ ଜେଲରଙ୍କୁ ପଚାରିବାରୁ ଉଭୟେ ଅଫିସରେ କମ୍ପ୍ୟୁଟର କାମ କରୁଥିଲେ ବୋଲି ସେ କହିଛନ୍ତି । ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ କିମ୍ବା ନାବାଳକର ହତ୍ୟାକାରୀ ସୁମିତଙ୍କ ସେଭଳି ଉଚ୍ଚ ଶିକ୍ଷିତ ନଥିବାବେଳେ ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କେମିତି ଜେଲ ଅଧିକ୍ଷକ ଅଫିସ କାର୍ଯ୍ୟରେ ନିୟୋଜିତ କଲେ ସେ ନେଇ ପ୍ରଶ୍ନ ସୃଷ୍ଟି ହେଉଛି ।

- Advertisement -

ଜେଲ ଡିଆଇଜି ବେହେରା ଆଜି ଟିଟିଲାଗଡ଼ ଉପକାରାଗାର ପରିଦର୍ଶନ ପରେ ଉଭୟ ଅଭିଯୁକ୍ତଙ୍କ ଫେରାର ହେବା ପଛରେ ଜେଲ କର୍ମଚାରୀଙ୍କ ହାତ ଥିବା ସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ  ପୁଲିସ ପକ୍ଷରୁ ଟିଟିଲାଗଡ଼ ଥାନାରେ ଆଜି ଦିନ ସାରା ଜେଲ କର୍ମଚାରୀଙ୍କୁ ଡାକି ଏସ୍ଡ଼ିପିଓ ଅଙ୍କିତା କୁମ୍ବାର, ଆଇଆଇସି ଅବନୀ ସାହୁ ବ୍ୟାପକଙ୍କ ପକ୍ଷରୁ ପଚରାଉଚୁରା ଚାଲିଥିବା ଜଣାପଡିଛି । ଜେଲରେ ସିସିଟିଭି ଅକାମୀ ହୋଇଥିବା, ଠିକଣା ଦିନ ଜେଲ ଅଧିକ୍ଷକ ଛୁଟିରେ ଥିବା ଦର୍ଶଯିବା ଭଳି ଗଣମାଧ୍ୟମର ଅନେକ ପ୍ରଶ୍ନର ଉତ୍ତର ନଦେଇ ଜେଲ ବିଭାଗ ଡିଆଇଜି ଚାଲିଯିବା ସନ୍ଦେହ ସୃଷ୍ଟି କରିଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories