www.samajalive.in
Saturday, December 6, 2025
26.1 C
Bhubaneswar

ଟିକେଟ୍ ମାଗିବାରୁ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଠେଲିଦେଲେ…

ନୂଆଦିଲ୍ଲୀ: ଟିକେଟ୍ ମାଗିବାରୁ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଧକ୍କା ଦେଲେ ଯାତ୍ରୀ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଏର୍ଣ୍ଣାକୁଲମ-ପାଟନା ସୁପରଫାଷ୍ଟ ଏକ୍ସପ୍ରେସରେ। ଏସ-୧୧ ବଗିରେ ଟିଟିଇ ବିନୋଦ ଏକେ ଜଣେ ଯାତ୍ରୀଙ୍କୁ ଟିକେଟ୍ ମାଗିଥିଲେ। ଏଥିରେ ଉତ୍ତକ୍ତ ହୋଇ ଯାତ୍ରୀ ଜଣକ ବିନୋଦଙ୍କୁ ଧକ୍କା ମାରିଥିଲେ। ଯାହାଦ୍ବାରା ବିନୋଦଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ଘଟଣା ମୁଲାଗୁନ୍ନାଥୁକାବୁ ଏବଂ ୱଡକ୍କନଚେରୀ ରେଲୱେ ଷ୍ଟେସନ ମଧ୍ୟ ହୋଇଥିବା କୁହାଯାଉଛି। ସେପଟେ ମଙ୍ଗଳବାର କେରଳ ସଂସ୍କୃତି ମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ମନ୍ତ୍ରୀ ସାଜି ଚେରିୟନ୍ କାୟମକୁଲମରୁ ଅଲପୁଝା ଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ମନ୍ତ୍ରୀଙ୍କ ଗାଡିକୁ ଧକ୍କା ଦେଇଥିଲା। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ। ପୁଲିସ ତଦନ୍ତ ଜାରି ରଖିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories