ଟ୍ରକ ସହ ଟ୍ରଲର ମୁହାଁମୁହିଁ ଧକ୍କା, ଦୁଇ ଚାଳକ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଖଜୁରିଜୁଆଣି ନିକଟରେ ରବିବାର ଏକ ଟ୍ରକ ସହ ଏକ ଟ୍ରଲରର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଟୋଲ୍ ଗେଟ୍ ଆମ୍ବୁଲାନ୍ସ ଯୋଗେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାସ୍ତା କାମ ପାଇଁ ଗୋଟିଏ ପାର୍ଶ୍ୱ ବନ୍ଦ ରହିଥିବା କାରଣରୁ ଗୋଟିଏ ରାସ୍ତାରେ ଉଭୟ ଗାଡି ମୁହାଁମୁହିଁ ହୋଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।

Comments are closed.