ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବୁଢ଼ିକାପୁଡି ନିକଟରେ ତୁରୁମୁଙ୍ଗା-ଚମ୍ପୁଆ ରାସ୍ତାରେ ଏକ ଗଛ ରାସ୍ତା ଉପରେ ଭାଙ୍ଗି ପଡିଥିବା ବେଳେ ଗଛକୁ ଠେଲି ପାର ହେବାକୁ ଚେଷ୍ଟା କରୁଥିବା ଏକ ଟ୍ରକ ସେଠାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟିକୁ ଭାଙ୍ଗି ଦେଇଛି। ଖବର ପାଇ ତୁରୁମୁଙ୍ଗା ଥାନା ଆରକ୍ଷୀ ଉପନିରୀକ୍ଷକ ସୁଶାନ୍ତ ମଣି ମହାନ୍ତି ଘଟଣା ସ୍ଥଳକୁ ଯାଇ ଏକ ମେସିନ ସାହାଯ୍ୟରେ ରାସ୍ତା ଉପରୁ ଗଛଟିକୁ ହଟାଇଛନ୍ତି। ଷଡ଼ଙ୍ଗୀ ଗ୍ରାମର ଟ୍ରକ ମାଲିକ ବିଦ୍ୟୁତ୍ ଖୁଣ୍ଟ କ୍ଷତିପୂରଣ ଭରଣା କରିବା ପାଇଁ ରାଜି ହେବାରୁ ଗ୍ରାମବାସୀ ଖୁଣ୍ଟ ଭାଙ୍ଗିଥିବା ଟ୍ରକଟିକୁ ଛାଡ଼ି ଦେଇଛନ୍ତି।
Popular Categories



