www.samajalive.in
Monday, December 8, 2025
14.1 C
Bhubaneswar

କରୋନା ଯୋଦ୍ଧା ପୂର୍ବତନ ଆଇଆଇସିଙ୍କ ବିୟୋଗରେ ସାମ୍ବାଦିକ ସଂଘର ଶ୍ରଦ୍ଧାଞ୍ଜଳି  

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ତଥା ଓଡିଶାର ବଳିଷ୍ଠ ପୁଲିସ କର୍ମଚାରୀ ପୂର୍ବତନ କଣ୍ଟାବାଞ୍ଜି ଆଇଆଇସି ବିଜୟାନନ୍ଦ କରକାରା କରୋନା ଆକ୍ରାନ୍ତ ହୋଇ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଦିନ ସ୍ୱର୍ଗବାସ ହୋଇଛନ୍ତି। ତାଙ୍କ ମର ଶରୀରକୁ ବିଶାଖାପାଟଣାରୁ ବଲାଙ୍ଗିର ଆଣିଲା ପରେ ଗୁରୁବାର ଦିନ ଶବ ଶତ୍କାର କରାଯାଇଛି। ତାଙ୍କ ବିୟୋଗରେ ଓଡିଶା ପୁଲିସ ତଥା ବଲାଙ୍ଗିର ଜିଲ୍ଲା ଜଣେ କର୍ମନିଷ୍ଠ ବଳିଷ୍ଠ ଅଧିକାରୀ ହରାଇ ଥିବା ନେଇ ସାରା ଜିଲ୍ଲା ସମେତ ସାରା କଣ୍ଟାବାଞ୍ଜିରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଶୋକସଭା ଏବଂ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଛି। ଏହି ପରିପ୍ରେକ୍ଷିରେ ସାମ୍ବାଦିକ ସଂଘ କଣ୍ଟାବାଞ୍ଜି ମଧ୍ୟ ଜରୁରୀ ବୈଠକ ଡାକି ଆଜି ସଂଧ୍ୟାରେ ସ୍ଥାନୀୟ ପୂର୍ତ ଡାକ ବଙ୍ଗଳାରେ ଏକ ନିରବ ପ୍ରାର୍ଥନା କରି ତାଙ୍କର ଅମର ଆତ୍ମର ସଦଗତି ପାଇଁ ପ୍ରାର୍ଥନା କରିଛି। ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ନିରବ ପ୍ରାର୍ଥନାରେ ସ୍ଥାନୀୟ ଏସଡିପିଓ ସରୋଜ କୁମାର ମହାପାତ୍ର ଉପସ୍ଥିତ ରହି ନିଜର କୋହ ଭରା ସ୍ୱରରେ ସ୍ୱର୍ଗତଃ କରକରାଙ୍କ ଚାକିରୀ ଜୀବନର ଆଦର୍ଶ ଉପରେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଡ. ସଂଜୟ କୁମାର ମିଶ୍ର, ସଂଘର ସଭ୍ୟ ଜୀବନାନନ୍ଦ ମହାନ୍ତି, ଶିବ ଶଙ୍କର ବାଗ, ବିମଲ ଦାଶ, କୃତିକର ବାଗ, ଶେଖ ସମିମ, ମୋହନ ସୋନି, ବିନୋଦ ବେହେରା, କାହ୍ନୁ ଚରଣ ମିଶ୍ର, ଅନ୍ତିମ ପାଣିଗ୍ରାହୀ, ରଘୁନାଥ ଦାଶ ସହ ଅନ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତଃ କରକାରାଙ୍କ କଣ୍ଟାବାଞ୍ଜିରେ ଆଇଆଇସି ଥିବା ସମୟର କର୍ତବ୍ୟ ନିଷ୍ଠା ଉପରେ ଆଲୋକ ପାତ କରିଛନ୍ତି। ସଭା ଶେଷରେ ସଂଘର ସଂପାଦକ ଗୁରୁଦୟାଲ ହଂସ ସ୍ୱର୍ଗତଃ କରକାରାଙ୍କ ଜୀବନୀ ଉପରେ କହି ସଭା ସାଙ୍ଗ କରିଥିଲେ।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories