www.samajalive.in
Sunday, December 7, 2025
15.1 C
Bhubaneswar

ମାଲକାନଗିରିରେ ବିମାନର ଟ୍ରାଏଲ ରନ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସଫଳ ହେଲା ବିମାନ ଟ୍ରାଏଲ ରନ। ୭ ଟିକିଆ ସିଟ୍ ବିଶିଷ୍ଟ ବିମାନର ଟ୍ରାଏଲ ରନ୍ ହୋଇଛି। ପରୀକ୍ଷା ମୂଳକ ଭାବେ ଅବରତରଣ କରିଛି ଭିଟି-୧୦୦। ଅବତରଣ ପରେ ପାଇଲଟ୍ ସମଗ୍ର ବିମାନ ବନ୍ଦରର ତନଖି କରିଛନ୍ତି । ବିମାନ ବନ୍ଦରର ପ୍ରସ୍ତୁତି ନେଇ ଖୁବ୍ ପ୍ରଂଶସା ମଧ୍ୟ କରିଛନ୍ତି ।

ଆସନ୍ତା ୯ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏହାକୁ ଲୋକାର୍ପଣ କରିବାର ସୂଚନା ମିଳିଛି । ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ରନୱେ ପ୍ରସ୍ତୁତ ହୋଇଛି । ବିମାନକୁ ସ୍ବାଗତ କରିବା ଲାଗି ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଦମକଳବାହିନୀ ପକ୍ଷରୁ ସୁନ୍ଦର ୱାଟର ସୋ ଆୟୋଜନ କରାଯାଇଥିଲା । ବିମାନ ଉପରେ ପାଣି ପକାଇ ଏହାକୁ ସ୍ବାଗତ କରାଯାଇଥିଲା । ଖୁବ୍ ଶୀଘ୍ର ଏଥିରେ ବସିବା ଲାଗି ଜିଲ୍ଲାବାସୀ ମାନେ ଉତ୍କଣ୍ଠାର ସହ ଅନାଇ ବସିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories